Home > କ୍ରୀଡ଼ା
ରୋହିତ ଶର୍ମାଙ୍କ ଏହି ବଡ ରେକର୍ଡ୍ ଭାଙ୍ଗିଲେ କୋହଲି
Khabar Odisha:sports-odisha-virat-kohli-broke-this-record-of-rohit-sharma
ନୂଆଦିଲ୍ଲୀ ,ସେପ୍ଟେମ୍ବର ୧୯(ଖବର ଓଡିଶା):

କ୍ରିକେଟରେ ରେକର୍ଡ ଭାଙ୍ଗିବା ବିରାଟ କୋହଲିଙ୍କ ଅଭ୍ୟାସ ହୋଇଗଲାଣି । ଗୋଟିଏ ପରେ ଗୋଟିଏ ସେ ଅନେକ ରେକର୍ଡ ଉପରେ କବଜା କରି ଚାଲିଛନ୍ତି । ଦିନିକିଆ ଓ ଟେଷ୍ଟରେ ଧମାଲ ମଚାଇଥିବା କୋହଲି ଟି୨୦ ମ୍ୟାଚରେ ସବୁଠାରୁ ବଡ ରେକର୍ଡ ନିଜ ନାମରେ କରିଛନ୍ତି । ସେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି । ସେ ଗତକାଲି ମୋହଲିରେ ରୋହିତଙ୍କ ରେକର୍ଡ ଭାଙ୍ଗିଥିଲେ ।

ସବୁଠାରୁ ଅଧିକ ରନ

ବିରାଟ କୋହଲିଙ୍କ ନାମରେ ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ସବୁଠାରୁ ଅଧିକ ରନ ୨୪୪୧ ରହିଛି । ସେ ଗତକାଲି ଖେଳାଯାଇଥିବା ମ୍ୟାଚରେ ୭୨ ରନର ଆକର୍ଷଣୀୟ ପାଳି ଖେଳିଥିଲେ ।  ରୋହିତ ୨୪୩୪ ରନ୍ କରିଛନ୍ତି । ତେବେ ସବୁଠାରୁ ବଡ କଥା ବିରାଟ ଟି୨୦ରେ ଏକ ମାତ୍ର ଶତକ ଅର୍ଜନ କରିନାହାନ୍ତି । କିନ୍ତୁ ରୋହିତଙ୍କ ନାମରେ ୪ଟି ଶତକ ରହିଛି । ତେବେ ବିରାଟ ୨୨ଟି ଅର୍ଧଶତକ ଲଗାଇଛନ୍ତି ।

ମୋହାଲିର ଧୂଆଁଧାର ପାଳି

ଗତକାଲି ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ରେ ବିରାଟ ୭୪ ରନ କରିଥିଲେ । ଏଥିରେ ୪ଟି ଚୌକା ଓ ୩ଟି ଛକ୍କା ସାମିଲ ଥିଲା । କୌଣସୀ ଆଫ୍ରିକୀୟ ବୋଲର ତାଙ୍କୁ ରୋକି ପାରିନଥିଲେ । ଦଳ ପ୍ରଥମ ୱିକେଟ୍ ୪ ଓଭରରେ ହରାଇଥିଲେ ମଧ୍ୟ କୋହଲି ଓ ଶିଖର ଧାବନ ଦଳକୁ ବିଜୟୀ କରାଇଥିଲେ  । ଦୁହେଁ ଦ୍ୱିତୀୟ ୱିକେଟ୍ ଯୋଡିରେ ୬୧ ରନ୍ କରିଥିଲେ ।

  • Tags: