Home > କ୍ରୀଡ଼ା
ଟ୍ୱିଟରରେ ମୁହାଁମୁହିଁ ହେଲେ ଯୁବରାଜ ଓ ପିଟରସନ୍
Khabar Odisha:sports-odisha-yuvraj-singh-and-kevin-pietersen-faced-off-in-tweeter
ନୂଆଦିଲ୍ଲୀ, ଅକ୍ଟୋବର ୦୮(ଖବର ଓଡିଶା):

ଟିମ୍ ଇଣ୍ଡିଆକୁ ୨୦୧୧ ଆଇସିସି ବିଶ୍ୱକପ ଜିତାଇଥିବା ଯୁବରାଜ ସିଂ ଓ ଇଂଲଣ୍ଡର ବିସ୍ଫୋରକ ବ୍ୟାଟସମ୍ୟାନ କେଭିନ ପିଟରସନ୍ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି । ଯୁବରାଜ ଟି୨୦ କ୍ରିକେଟରେ ସମୟ ନିର୍ବାହ କରୁଥିବା ବେଳେ ପିଟରସେନ୍ କମେଂଟ୍ରି କରୁଛନ୍ତି । ପୁଣିଥରେ ଏହି ଦୁଇ କ୍ରିକେଟର ଟ୍ୱିଟରରେ ସାମ୍ନାସାମ୍ନି ହୋଇଛନ୍ତି । ଏହି ସମସ୍ତ ଘଟଣା ଇଂଲିଶ ପ୍ରିମିୟର ଲିଗ ସହ ଜଡିତ । ଯେଉଁଥିରେ ଦୁଇ ଖେଳାଳି ଭିନ୍ନଭିନ୍ନ ଟିମକୁ ପସନ୍ଦ କରୁଛନ୍ତି ।

ଫୁଟୁବଲର ସବୁଠାରୁ ଲୋକପ୍ରିୟ ଓ ପ୍ରତିଷ୍ଠିତ ଇଂଲିଶ ପ୍ରିମିୟର ଲିଗରେ ନିକଟରେ ମାଂଚେଷ୍ଟର ୟୁନାଇଟେଡ୍ ନ୍ୟୁ କାସଲଠାରୁ ପରାଜିତ ହୋଇଥିଲା । ଏହି ମ୍ୟାଚକୁ ନ୍ୟୁ କାସଲ ୧-୦ରେ ବିଜୟୀ ହୋଇଥିଲା । ମାଂଚେଷ୍ଟର ପ୍ରଦର୍ଶନ ହଠାତ ଏତେ ଖରାପ କେମିତି ହେଲା ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏହି ଟିମର ପ୍ରଦର୍ଶନକୁ ନେଇ ଯୁବରାଜ ଓ ପିଟରସନ ସାମ୍ନାସାମ୍ନି ହୋଇଛନ୍ତି ।

ଏହି ମ୍ୟାଚ ପରେ ଯୁବରାଜ ଦଳର ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ କଠିନ ସମୟ ସଦାବେଳେ ରହେ ନାହିଁ ଏବଂ କଠିନ ପରିସ୍ଥିତି ସହ ଲଢୁଥିବା ସଦାବେଳେ ରହିଥାଏ ବୋଲି କହିଥିଲେ । ଏହାକୁ କଟାକ୍ଷ କରିଥିଲେ ପିଟରସେନ୍ । ସେ କହିଥିଲେ ଯେ ମାଂଚେଷ୍ଟରର କୌଣସୀ ଭଲ ଖେଳାଳି ନାହାଁନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

  • Tags: