Home > ରାଜ୍ୟ
ଆଜି ଚିହ୍ନଟ ୬୭ ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର, ଅଧିକାଂଶ ବାହାର ରାଜ୍ୟ ଫେରନ୍ତା
Khabar Odisha:67-Corona-patients-details
ଭୁବନେଶ୍ୱର, ମେ 28 ( ଖବର ଓଡ଼ିଶା):

 ଓଡିଶାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୧୬୬୦ କୁ ବୃଦ୍ଧି ହେଲା ସଂକ୍ରମିତ ସଂଖ୍ୟା । ଆଜି ରାଜ୍ୟରେ ପୁଣି ୬୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଅଧିକାଂଶ ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା ।

ମହାମାରୀ କରୋନା ବର୍ତ୍ତମାନ ରାଜ୍ୟର ୨୯ଟି ଜିଲ୍ଲାରେ କାୟା ବିସ୍ତାର କରିସାରିଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ୨୬,  ଯାଜପୁର ଓ ଖୋର୍ଦ୍ଧାରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାଗଡ଼ ଜିଲ୍ଲାରୁ ୭, ସୋନପୁରରୁ ୪,ବଲାଙ୍ଗିର, ଜଗତସିଂହପୁର ଓ ସମ୍ବଲପୁରରୁ ୨ ଲେଖାଏଁ ଏବଂ କେନ୍ଦୁଝର ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ଜଣ କ୍ୱାରେଂଟିନ କେନ୍ଦ୍ରରେ ରହିଥିବା ବେଳେ ୨ ଜଣ ଆକ୍ରାନ୍ତ ସ୍ଥାନୀୟ  ମାମଲା ରହିଛି ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଆଜି ଚିହ୍ନହୋଇଥିବା ୬୭ କରୋନା ରୋଗୀଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ କରୋନା ଆକ୍ରାନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ ରେ ପହଁଞ୍ଚିଥିବା ଜଣାପଡିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୨ ଜଣ ସୁସ୍ଥ ଥିବା ହେଲେ ୮୪୧ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି। ୭ ଜଣଙ୍କ ପ୍ରାଣ ନେଇଛି କରୋନା ।

  • Tags: