Home > ରାଜ୍ୟ
ଓଡ଼ିଶା ପାଇଁ ଖୁସି ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୭୯ ଜଣ କରୋନା ଆକ୍ରାନ୍ତ
Khabar Odisha:79-more-Corona-pateint-cured
ଭୁବନେଶ୍ୱର, ମେ ୨୭ ( ଖବର ଓଡ଼ିଶା):

 ଓଡିଶା ପାଇଁ ପୁଣି ଭଲ ଖବର । ସୁସ୍ଥ ହେଲେ ଆଉ ୭୯ କରୋନା ଆକ୍ରାନ୍ତ । 

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିଲେ ମଧ୍ୟ ଏହାରି ମଧ୍ୟରେ ଭଲ ଖବର ଆସୁଛି । ଆଜି ପୁଣି ୭୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ତେବେ ସୁସ୍ଥ ହୋଇଥିବା ୭୯ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୧, ଯାଜପୁରରୁ ୫, ବାଲେଶ୍ୱରରୁ ୧୭, କଟକ ୪,   ଭଦ୍ରକ ୨୮, କେଉଁଝର ୩ , ଖୋର୍ଦ୍ଧା ଓ ବଲାଙ୍ଗୀର ୨ଜଣ ଲେଖାଏଁ , ପୁରୀରୁ ୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ଆଜି ନୂଆ ୭୯ ସୁସ୍ଥ ପରେ ଏବେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୧୨ରେ ପହଞ୍ଚିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ ।

  • Tags: