Home > ରାଜ୍ୟ
ମେଡିକାଲ ପରିସରରେ ଥିବା ଆହାରକେନ୍ଦ୍ରକୁ ଛାଡି ବାକି ସମସ୍ତ ଆହାରକେନ୍ଦ୍ରକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେଲେ ରାଜ୍ୟସରକାର
Khabar Odisha:Aahaar-Kendras-to-remain-closed-except-the-ones-operating-innear-hospital-premises
ଭୁବନେଶ୍ୱର, ମାର୍ଚ୍ଚ ୨୪ (ଖବର ଓଡ଼ିଶା):

ରାଜ୍ୟ ସରକାରଙ୍କର ବଡ ଘୋଷଣା। ମହାମାରୀ କରୋନା ଲାଗି ରାଜ୍ୟ ସରକାର ଓଡ଼ିଶାରେ ଥିବା ସମସ୍ତ ଆହାର କେନ୍ଦ୍ରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ହସ୍ପିଟାଲ ପରିସରରେ ଥିବା ସମସ୍ତ ଆହାର କେନ୍ଦ୍ରଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି । ଅର୍ଥାତ୍ ହସ୍ପିଟାଲ୍ ପରିସରରେ ଥିବା ସମସ୍ତ ଆହାର କେନ୍ଦ୍ରଗୁଡ଼ିକ ପୂର୍ବଭଳି ଖୋଲା ରହିବ ବୋଲି ରାଜ୍ୟସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

 

ସୂଚନାଯୋଗ୍ୟ ଯେ, କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସାରା ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ରାଜ୍ୟର ସମସ୍ତ ଜିଲ୍ଲା ଓ ମହାନଗର ନିଗମ ଗୁଡ଼ିକରେ ଆହାର କେନ୍ଦ୍ର କୁ ତୁରନ୍ତ ବନ୍ଦ କରିବାକୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ପୈାର ପରିଷଦ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ।

ଘୋଷିତ ଲକ୍ ଡାଉନ୍ ପର୍ଯ୍ୟନ୍ତ ଅର୍ଥାତ୍ ମାର୍ଚ୍ଚ ୨୯ ରାତି ୯ଟା ଯାଏଁ ଆହାର କେନ୍ଦ୍ର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ହସ୍ପିଟାଲ ପରିସର ଓ ଏହାର ପାଖରେ ଥିବା ଆହାର କେନ୍ଦ୍ର କୁ ଖୋଲା ରଖିବାକୁ ନିର୍ଦ୍ଦେଶ। ସେହିପରି ସମସ୍ତ ପବ୍ଲିକ ପାର୍କ ଗୁଡ଼ିକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ।

 

  • Tags: