Home > ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କହିଲେ ଏଭଳି ବିପତ୍ତି ସମୟରେ ଆମେ ଆପଣଙ୍କ ସହ ଅଛୁ
Khabar Odisha:BJP-state-president-sameer-mohanty-write-a-letter-for-CM-naveen-pattnaik
ଭୁବନେଶ୍ୱର, ମାର୍ଚ୍ଚ ୨୫ (ଖବର ଓଡ଼ିଶା):

ମହାମାରୀ କରୋନା କୁ ଦୃଢତାର ସହ ମୁକାବିଲା କରିବା ପାଇଁ ଆଗକୁ ଆସିଲା ରାଜ୍ୟ ବିଜେପି। ଏଭଲି ବିପତ୍ତି ସମୟରେ ସମସ୍ତ ପଛ କଥାକୁ ସାଇଡରେ ରଖି ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢାଇଲା ରାଜ୍ୟ ବିଜେପି।  ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯଥା ସମ୍ଭବ ସାହାର୍ଯ୍ୟ ଯୋଗାଇଦେବା ପାଇଁ ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି ସମୀର।

ସାରା ଦେଶ ସମେତ ଆମ ରାଜ୍ୟ ଓଡିଶାରେ ସଂପୂର୍ଣ୍ଣ ଲକ୍ ଡାଉନ୍ ଲାଗୁ ହୋଇଛି । ଆମେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଏପରି ଗମ୍ଭୀର ପରିସ୍ଥିତି ନେଇ ଚିନ୍ତିତ ଓ ରାଜ୍ୟବାସୀଙ୍କର ଏହି କଠିନ ପରିସ୍ଥିତି ସମୟରେ ରାଜ୍ୟ ସରକାର ଓ ପ୍ରଶାସନକୁ ସବୁପ୍ରକାର ସହଯୋଗର ହାତ ବଢାଇବା ପାଇଁ ଆମେ ଆପଣଙ୍କୁ ସବିନୟ ଅନୁରୋଧ କରୁଛୁ ।

ଏହି ଜରୁରିକାଳୀନ ପରିସ୍ଥିତି ସମୟରେ ଦୀର୍ଘମିଆଦି ପ୍ରସ୍ତୁତି ସହ ପରିସ୍ଥିତିର ମୁକାବିଲା କରାଯିବା ଜରୁରୀ । ଆମର ଏକାନ୍ତ ଇଚ୍ଛା ଆମ ରାଜ୍ୟ ଓଡିଶା କରୋନା ଭାଇରସ ମୁକାବିଲାରେ ସଫଳ ହେବା ସହ ଏକ ନୂଆ ସୋପାନ ପ୍ରସ୍ତୁତ କରୁ । ଦେଶରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ରାଜ୍ୟରେ ଆପଣ କରୋନା ଆକ୍ରମଣ ପରି ଜରୁରୀକାଳୀନ ପରିସ୍ଥିତିରେ ଦେଶବାସୀଙ୍କ ସୁରକ୍ଷା ପାଇଁ ସବୁପ୍ରକାର ଉଦ୍ୟମର ନେତୃତ୍ୱ ନେଉଛନ୍ତି । ଆପଣଙ୍କର ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାର ସବୁ ଉଦ୍ୟମ ସହ ଆମେ ଆପଣଙ୍କ ସହ ରହିଛୁ ।

ଏପରି ପରିସ୍ଥିତିରେ ରାଜ୍ୟରୁ ଜିଲ୍ଲା, ବ୍ଲକ, ପଂଚାୟତରୁ ଗାଁ ପର୍ଯ୍ୟନ୍ତ ପ୍ରଶାସନିକ କଳ ସହ ଆମ ଦଳର କାର୍ଯ୍ୟକର୍ତାମାନେ ସ୍ୱେଚ୍ଛାସେବୀ ଭାବେ ସାମିଲ ହୋଇ ସବୁପ୍ରକାର ପରିସ୍ଥିତିରେ ସହଯୋଗ କରିବା ପାଇଁ ଆମେ ପ୍ରସ୍ତୁତ । ଆପଣ ଯେମିତି ଉଚିତ୍ ମନେକରିବେ ଓ ଯେଉଁ ଦାୟିତ୍ୱ ଦେବେ ରାଜ୍ୟବାସୀଙ୍କ ସେବା ପାଇଁ ଆମେ ସବୁ ଦାୟିତ୍ୱକୁ ନିଷ୍ଠା ଓ ଆଗ୍ରହର ସହ ପାଳନ କରିବାକୁ ଆମେ ଆପଣଙ୍କ ସମ୍ମତି କାମନା କରୁଛୁ ।

  • Tags: