Home > ରାଜ୍ୟ
ଲକ୍ ଡାଉନ୍ କୋହଳ ହୋଇଛି କିନ୍ତୁ ଏହାର ମାନେ ନାହିଁ କରୋନା ପଳେଇଲା, ଆମକୁ ଅଧିକ ସତର୍କ ରହିବାକୁ ପଡିବ : ସିପି
Khabar Odisha:CP-request-people-to-take-serious-about-corona
ଭୁବନେଶ୍ୱର, ମେ ୨୭ ( ଖବର ଓଡ଼ିଶା):

 ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ କରୋନା ମୁକାବିଲା ନେଇ ଜାରି ହୋଇଥିବା ଲକ୍ ଡାଉନ୍ କିଛି କୋହଳ କରାଯାଇଛି । ଏହାର ମାନେ କରୋନା ପଳେଇଲା , ସତର୍କ ରୁହନ୍ତୁ ଏପରି ଆଜି କରୋନା ମୁକାବିଲା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । 

ସାମ୍ବାଦିକ ସମ୍ମିଳନୀରେ କରୋନା ସଚେତନା ନେଇ ଲୋକମାନଙ୍କ ନିକଟରେ ନିବେଦନ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ କହିଛନ୍ତି ଯେ, ଆମେ ସମସ୍ତଙ୍କ ସହଯୋଗ କାମନା କରୁଛୁ। ଲକ ଡାଉନ କୋହଳର ଅର୍ଥ ନୁହେଁ କରୋନା ପଳାଇଲା। କରୋନା ଅଛି, ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। ତେଣୁ ମାସ୍କ ପିନ୍ଧିବା ଜରୁରୀ ରହିଛି ।

ସେହିପରି ସାମାଜିକ ଦୂରତ୍ଵ ରଖନ୍ତୁ, ବାହାରେ ଛେପ ପକାନ୍ତୁ ନାହିଁ। ହେଲମେଟ ବ୍ୟବହାର ଭଳି ପୋଲିସ ଦେଖିଲେ ଲୋକ ମାସ୍କ ପିନ୍ଧୁଛନ୍ତି। ତେଣୁ ନିଜର ତଥା ଅନ୍ୟର ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ। ଲୋକଙ୍କୁ ସଚେତନ କରିବା ପାଇଁ ମାଇକ ଯୋଗେ ପ୍ରଚାର କରାଯିବ। ଲୋକଙ୍କୁ ସଚେତନ କରିବାକୁ ସବୁ ସ୍ତରରେ ଉଦ୍ୟମ ହେବା ଦରକାର। ଯଦି କୌଣସି ବ୍ୟକ୍ତି ନିୟମ ପାଳନ ନକଲେ ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାମାଜିକ ଦାୟିତ୍ୱବୋଧ ଦେଖାଇ ସତର୍କ ରହିବାକୁ ହେବ ଓ ସାମାଜିକ ଦୂରତ୍ୱର ଗୁରୁତ୍ୱ ବୁଝିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

  • Tags: