Home > ରାଜ୍ୟ
କରୋନା ଭୟ, ୟୁନିଟ 1 ହାଟକୁ ରାଜମହଲ ଛକକୁ ଉଠାଇଦେଲା ବିଏମସି
Khabar Odisha:Commissionerate-Police-temporarily-shifts-Unit-1-haat-in-Bhubaneswar
ଭୁବନେଶ୍ୱର, ମାର୍ଚ୍ଚ ୨୬ (ଖବର ଓଡ଼ିଶା):

ସାମାଜିକ ଦୂରତ୍ୱ ରକ୍ଷା କରିବା ବା ଭିଡ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।

 

ବିଏମସିର ସୂଚନା ଅନୁଯାୟୀ ଆଜିଠାରୁ ୪୫ ଦିନ ଯାଏଁ ଭୁବନେଶ୍ୱରର ଏଜି ଛକସ୍ଥିତ ଏକ ନମ୍ବର ହାଟକୁ ରାଜମହଲ ଛକକୁ ଉଠାଇବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦେଶ ଦିଆଯାଇଛି। ହାଟରେ ପ୍ରବଳ ଗହଳି ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱରସ୍ଥିତ ୟୁନିଟ୍‌-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି। ଏଣିକି ୟୁନିଟ-୧ ହାଟର ପରିବା ବ୍ୟବସାୟୀ ଏଜି ଛକରୁ ରାଜମହଲ ମଧ୍ୟରେ ବସିବେ।

 

କିଛି ପରିବା ବ୍ୟବସାୟୀ ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ମଧ୍ୟ ବସିବେ ବୋଲି ଜଣାଯାଇଛି। ସେଠାରେ ଲୋକେ ନିର୍ଧାରିତ ଦୂରତାରେ ରହି କିଣାବିକା କରିବାକୁ ବି କଡ଼ା ନିର୍ଦେଶ ଦିଆଯାଇଛି। ତେବେ ମହାନଗରରେ ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିଥିବା ଦେଖିବାକୁ ମିଳୁଛି।

ହାଟରେ ପ୍ରବଳ ଭିଡ ହେଉଥିବାରୁ ମହାନଗର ନଗମ ପକ୍ଷରୁ ଭିଡ ନିୟନ୍ତ୍ରଣ କରିବା ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସୂଚନା ଦିଆଯାଇଛି। ହାଟକୁ ଏଭଳି ଗୋଟିଏ ସ୍ଥାନରେ ନ ରଖି ଭାଗ ଭାଗ କରିଦେବା ଦ୍ୱାରା ଭିଡ ମଧ୍ୟ ଭାଗ ଭାଗ ହୋଇଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

  • Tags: