Home > ରାଜ୍ୟ
କରୋନା ମୁକାବିଲା ନିମନ୍ତେ ନେତା, ମନ୍ତ୍ରୀ ଓ ବଡ ଅଧିକାରୀଙ୍କ ଦରମାକୁ କାଟଛାଣ୍ଟ କଲେ ରାଜ୍ୟସରକାର
Khabar Odisha:CoronavirusLockdown-Impact-Odisha-Govt-Announces-Big-Salary-Curbs
ଭୁବନେଶ୍ୱର, ମାର୍ଚ୍ଚ ୩୧ (ଖବର ଓଡ଼ିଶା):

ସାରା ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ବଡ ନିଷ୍ପତି । କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ପ୍ରବଳ ଅର୍ଥଖର୍ଚ୍ଚ କରୁଥିବାରୁ ନେତା, ମନ୍ତ୍ରୀ ଓ ବଡ ବଡ ଅଧିକାରୀଙ୍କ ଦରମାକୁ କାଟ ଛାଣ୍ଟ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । କରୋନା ସ୍ଥିତିର ଅର୍ଥନୀତିକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ହୋଇଥିବା ଏକ ବିଜ୍ଞପ୍ତିରୁ ଜଣାଯାଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନେ ଏବେ ୩୦ ପ୍ରତିଶତ ଦରମା ପାଇବେ । ଏମାନଙ୍କୁ ବାକି ୭୦ ପ୍ରତିଶତ ଦରମା ସ୍ଥିତି ସୁଧୁରିବା ପରେ ପ୍ରଦାନ କରାଯିବ ।

ସେହିପରି ରାଜ୍ୟ ସରକାରଙ୍କ ସମସ୍ତ ନିଗମ ଅଧ୍ୟକ୍ଷ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ କ୍ଷେତ୍ରରେ ମଧ୍ୟ ଉପରୋକ୍ତ ନିୟମ ଲାଗୁ ହେବ । ଆଇଏଏସ, ଆଇପିଏସ ଓ ଆଇଏଫଏସଙ୍କ ଦରମା ମଧ୍ୟ ଠିକ ସମୟରେ ମିଳିବ ନାହିଁ । ଆଇଏଏସ, ଆଇପିଏସ ଓ ଆଇଏଫଏସଙ୍କୁ ଏବେ ୫୦ ପ୍ରତିଶତ ଦରମା ମିଳିବ । ବାକି ୫୦ ପ୍ରତିଶତ ଦରମା ପରେ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି ।

  • Tags: