Home > ରାଜ୍ୟ
ପୁଣି ବଜ୍ରକାପ୍ତା ବିକ୍ରି ଯୋଜନା ପଣ୍ଡ, ୬ଚାଲାଣକାରୀ ଗିରଫ
Khabar Odisha:Crime-Odisha-Indian-pangolin-Smuglling-matter-6arrested
ମୟୂରଭଞ୍ଜ, ଅକ୍ଟୋବର ୨୧(ଖବର ଓଡ଼ିଶା):

ରାଜ୍ୟରେ ବଜ୍ରକାପ୍ତା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ବଜ୍ରକାପ୍ତା ବେପାରୀଙ୍କୁ ଧରିବା ବନବିଭାଗ ପାଇଁ ଏକ ବିରାଟ ଚାଲେଞ୍ଜ ପାଲଟିଛି । କିଛି ଦିନର ନିରବତା ପରେ ଆଜି ବନ ବିଭାଗ ପୁଣି  ମୟୂରଭଞ୍ଜ ଜିଲ୍ଲା ଉଦଳା ଅଂଚଳରୁ ବଜ୍ରକାପ୍ତା କାତି ଜବତ କରିବା ସହ ଚୋରାଚାଲାଣରେ ସମ୍ପୃକ୍ତ ଥିବା ୬ଜଣ ବେପାରୀଙ୍କୁ ଗିରଫ କରିଛି ।

ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲା ଉଦଳା ଅଂଚଳରେ ବଜ୍ରକାପ୍ତା ଚୋରାଚାଲାଣ ନେଇ ଆଜି ବନବିଭାଗ କୈାଣସି ସୂତ୍ରରୁ ଖବର ପାଇଥିଲା । ଏହି ଖବର ଅନୁସାରେ ଉଦଳା ବନବିଭାଗ ହଠାତ୍ ବାଲିଛତ୍ରା ଓ ବୁନ୍ଦାଗଡ଼ି ଗାଁ ନିକଟରେ ଚଢାଉ କରି ଚୋରାଚାଲାଣକାରୀଙ୍କ ଯୋଜନା ପଣ୍ଡ କରିବା ସହ ୩ଟି ବଜ୍ରକାପ୍ତା କାତି ଜବତ କରିଛି । ବଜ୍ରକାପ୍ତାର ୩ଟି କାତି ପାଇଁ ଗାଁରେ ୭ଲକ୍ଷ ଟଙ୍କାର ଡିଲ କରିବାକୁ ଚୋରାଚାଲାଣକାରୀ ମାନେ ସ୍ଥିର କରିଥିଲେ । ଉଦଳା ବନ ବିଭାଗ ଏହାକୁ ଭଣ୍ଡୁର କରିବା ସହ ଗ୍ରାହକ ସାଜି ଅଭିଯୁକ୍ତକୁ ଧରିଛି । ଏହା ସହ ବଜ୍ରକାପ୍ତା ଚାଲାଣକାରୀଙ୍କ ଠାରୁ ୨ଟି ବାଇକ ମଧ୍ୟ ଜବତ କରାଯାଇଛି । 

  • Tags: