Home > ରାଜ୍ୟ
ଖାକିରେ ଲାଗିଲା ଦାଗ, ଡ୍ରଗ୍ସ ମାଫିଆ ସେକ୍.ରାଜା ଲିଙ୍କରେ ଗିରଫ ହେଲେ ହାବିଲଦାର
Khabar Odisha:Crime-Odisha-Two-days-after-his-suspension-Havildar-of-Bicharganj-Police-outpost-Ranjan-Sahu-arrested-by-STF-over-charges-of-link-with-drugs-smuggler-Sheikh-Raja
ଭୁବନେଶ୍ୱର, ସେପ୍ଟେମ୍ବର ୨୧(ଖବର ଓଡ଼ିଶା):

ରାଜଧାନୀ ଭୁବନେଶ୍ୱରରେ ମୋଷ୍ଟ ୱାଣ୍ଟେଡ଼ ଡ୍ରଗ୍ସ ମାଫ୍ରିଆ ସେକ୍.ରାଜା ସହ ଲିଙ୍କ ଥିବା ଅଭିଯୋଗରେ ଜଣେ ହାବିଲଦାର ଗିରଫ ହୋଇଛନ୍ତି । 

ବାଲେଶ୍ୱର ଜିଲ୍ଳା ସହଦେବଖୁଣ୍ଟା ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁ ସେକ୍ ରାଜାଙ୍କୁ ସହଯୋଗ କରୁଥିଲେ । ଏହି ଘଟଣାରେ ୨ଦିନ ତଳେ ହାବିଲଦାର ରଞ୍ଜନ ସାହୁଙ୍କୁ ନିଲମ୍ବନ କରାଯାଇଥିଲା । ଅଧିକ ତଦନ୍ତ ପରେ ଡ୍ରଗ୍ସ ମାଫିଆଙ୍କୁ ସାହାଯ୍ୟ କରୁଥିବା ପ୍ରମାଣ ପାଇବା ପରେ  ଆଜି ହାବିଲଦାର ରଞ୍ଜନ ସାହୁଙ୍କୁ କ୍ରାଇମବ୍ରାଂଚ ଏସଟିଏଫ ଗିରଫ କରିଛି ।

ଉଲ୍ଲେଖଯୋଗ୍ୟ, ନିକଟରେ ଭୁବନେଶ୍ୱର ଯଦପୁରରୁ  ଡ୍ରଗ୍ସ ମାଫ୍ରିଆ ସେକ୍ ରାଜାକୁ ଗିରଫ କରିଥିଲା କ୍ରାଇମବ୍ରାଂଚ ଏସଟିଏଫ । ସେକ୍ ରାଜା ବାଲେଶ୍ୱର ଜିଲ୍ଲା ସଦଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାରର ବାସିନ୍ଦା । ଗିରଫ ବେଳେ ରାଜା ଠାରୁ ଏକ ଲକ୍ଷ ଟଙ୍କା, ଏକ ପିସ୍ତଲ ଓ ୧୩୦ଗ୍ରାମ ବ୍ରାଉନସୁଗାର ସହ ୬ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଥିଲା ।

  • Tags: