Home > ରାଜ୍ୟ
ଆସନ୍ତା 29 ତାରିଖରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ସୌନ୍ଦର୍ଯ୍ୟକରଣ କାମ ପୁଣି ଆରମ୍ଭ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
Khabar Odisha:Developmental-works-to-kickoff-in-Puri--Bhubaneswar
ପୁରୀ, ମେ ୨୭ (ଖବର ଓଡ଼ିଶା):

ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୨୯ ତାରିଖରୁ ଅର୍ଥାତ ପରଦିନଠାରୁ ଆରମ୍ଭ ହେବ ସୌନ୍ଦର୍ଯ୍ୟକରଣ କାମ। ଏନେଇ ପୁରୀ ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା କାଳରେ ପୁରୀ ଶ୍ରୀନ୍ଦିର ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ଅନୁସାରେ ପୁଣି ଥରେ କାମ ଆରମ୍ଭ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

 

ସୂଚନାଯୋଗ୍ୟ ଯେ, ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ କରିଥିଲେ ରାଜ୍ୟ ସରକାର । ଏହାସହ ପୁରୁଣା ମଠ ମଧ୍ୟ ଉଚ୍ଛେଦ କରିଥିଲେ। ପୁରୀକୁ ସୌନ୍ଦର୍ଯ୍ୟକରଣ କରିବା ଲାଗି ଏହି ବ୍ୟବସ୍ଥା କରାଯାଇଥିଲା। ହେଲେ କରୋନା ପାଇଁ ଏହି କାମ ବନ୍ଦ ରହିଥିଲା। ରଥଯାତ୍ରା ପାଖେଇ ଆସୁଥିବାରୁ ଏହି ସୌନ୍ଦର୍ଯ୍ୟକରଣ ଏବଂ ନିର୍ମାଣ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

  • Tags: