Home > ରାଜ୍ୟ
କରୋନା ଭୟ, ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ବନ୍ଦ ହେଲା ଓଡ଼ିଶା ହାଇକୋର୍ଟ
Khabar Odisha:Functioning-of-the-Orissa-High-Court-and-its-offices-will-remain-suspended-from-March-26-to-April-15-2020
କଟକ, ମାର୍ଚ୍ଚ ୨୬ (ଖବର ଓଡ଼ିଶା)

କରୋନାଭାଇରସ୍ ସଂକ୍ରମଣ ଏବଂ ଭାରତ ସରକାରଙ୍କ ପକ୍ଷରୁ ୨୧ଦିନିଆ ଲକଡାଉନ ଘୋଷଣା ଯୋଗୁଁ ଆଜି ଠାରୁ ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ବନ୍ଦ ହେଲା ଓଡ଼ିଶା ହାଇକୋର୍ଟ ।

ବୁଧବାର ଦିନ ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ କୋଭିଡ୍-୧୯ଜନିତ ଆସନ୍ନ ବିପତ୍ତି ଏବଂ ୨୧ ଦିନ ପାଇଁ ସମଗ୍ର ଦେଶକୁ ଲକଡାଉନ କରିବାକୁ ଭାରତ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ବିଚାର କରି ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟକୁ ୨୦୨୦ ମାର୍ଚ ୨୬ ରୁ ୨୦୨୦ ଏପ୍ରିଲ୍ ୧୫ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି ।

କିନ୍ତୁ, ଏହି ବନ୍ଦ ମଧ୍ୟରେ ଅତି ଆବଶ୍ୟକ ଥିବା ବା ଜରୁରୀ ଥିବା ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡିକର ଶୁଣାଣି ହେବ । ଏଥିପାଇଁ ଜରୁରୀ ମାମଲାଗୁଡ଼ିକୁ ଦିନ ୧୧ଟାରୁ ମଧ୍ୟାହ୍ନ ୧୨ଟ ମଧ୍ୟରେ ହାଇକୋର୍ଟ ଅଫିସ୍ ଇ-ମେଲ୍ drj.od-hc@gov.in ଜରିଆରେ ଡେପୁଟି ରେଜିଷ୍ଟାରଙ୍କ (ଜୁଡିସିଆଲ୍) ନିକଟରେ ଦାଖଲ ବା ଆବେଦନ କରିବାକୁ ପଡ଼ିବ ବୋଲି ହାଇକୋର୍ଟ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

  • Tags: