Home > ରାଜ୍ୟ
ଗଞ୍ଜାମ : ଲକ୍ ଡାଉନ୍ ନିୟମ ଉଲଘଂନ ଅଭିଯୋଗରେ ୬୨୦ ଜଣଙ୍କ ନାଁରେ ମାମଲା ରୁଜ୍ଜୁ
Khabar Odisha:Lock-down-for-corona-206--case-in-Ganjam
ଗଞ୍ଜାମ, ମାର୍ଚ୍ଚ ୩୦ (ଖବର ଓଡ଼ିଶା):

ଓଡ଼ିଶା କରୁଛି କରୋନା ମୁକାବିଲା । କରୋନା ସଂକ୍ରମଣ ରୋକିବାକୁ ୨୧ ଦିନଆ ଲକ୍ ଡାଉନ୍ କଡ଼ା କଡ଼ା କରାଯାଉଛି । ଗଞ୍ଜାମ ଜିଲ୍ଲାରେ ଏଯାବତ୍ ଲକ୍ ଡାଉନ୍ ନିୟମ ଉଲ୍ଲଂଘନର ମୋଟ୍ ୨୦୬ଟି ମାମଲା ରୁଜୁ ହୋଇଛି।
ଗଞ୍ଜାମ ଜିଲ୍ଲାରେ ଏଯାବତ୍ ଲକ୍ ଡାଉନ୍ ନିୟମ ଉଲ୍ଲଂଘନରେ ୬୨୦ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଏହି ନିୟମ ଉଲ୍ଲଂଘନର ମୋଟ୍ ୨୦୬ଟି ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ୨୫୩ଜଣଙ୍କ ବିରୋଧରେ ୩୭ଟି ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ୯ଜଣ ବିଦେଶ ଫେରନ୍ତାଙ୍କ ବିରୋଧରେ ୬ଟି ସଂଗରୋଧ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଗଞ୍ଜାମ ପୋଲିସ୍ ଜିଲ୍ଲାରେ ୩୬୭ଜଣଙ୍କ ବିରୋଧରେ ୧୬୯ଟି ମାମଲା ରୁଜୁ ହୋଇଛି।ଏଥିମଧ୍ୟରୁ ଗୋଟିଏ ସଂଗରୋଧ ମାମଲା ରୁଜୁ ହୋଇଛି। ଏତେସଂଖ୍ୟକ ମାମଲା ରୁଜୁ ହେବା ପରେ ମଧ୍ୟ ଗଞ୍ଜାମ ଜିଲ୍ଲାରେ ଲୋକେ ଲକ୍ ଡାଉନକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି।

  • Tags: