Home > ରାଜ୍ୟ
ଆସନ୍ତାକାଲି ଓଡ଼ିଶା ଓ ପଶ୍ଚିମବଙ୍ଗ ଆସିବେ ନରେନ୍ଦ୍ର ମୋଦୀ, ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ
Khabar Odisha:Narendra-Modi-will-visit-Odisha-tomorrow
ଭୁବନେଶ୍ୱର, ମେ ୨୧ ( ଖବର ଓଡ଼ିଶା):

 ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶା ଓ ପଶ୍ଚିମବଙ୍ଗର ଅମ୍ଫାନ୍ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଆକାଶ ମାର୍ଗରୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। 

ବାତ୍ୟାସ୍ଥଳି ପରିଦର୍ଶନ କରି ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ ମୋଦୀ। ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି।

ଭୁବନେଶ୍ୱର ଡିସିପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆସିବା କାର୍ଯ୍ୟକ୍ରମ ନେଇ ଏୟାରପୋର୍ଟରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହାପୂର୍ବରୁ ଡିଜି ଇଣ୍ଟେଲିଜେନ୍ସ ସତ୍ୟଜିତ ମହାନ୍ତି, ଏଡିଜି-ହେଡକ୍ୱାର୍ଟର ସୌମେଦ୍ର ପ୍ରିୟଦର୍ଶୀ, ପୋଲିସ କମିଶନର ଏବଂ ଡିସିପି ପ୍ରମୁଖ ଆଜି ଭୁବନେଶ୍ୱର ବିମାନବନ୍ଦର ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।

  • Tags: