Home > ରାଜ୍ୟ
କରୋନା ମୁକ୍ତ ସିକ୍କିମରେ ଜୁନ ୧୫ରୁ ଖୋଲିବ ସ୍କୁଲ-କଲେଜ, ହେବନାହିଁ ପ୍ରାର୍ଥନା
Khabar Odisha:Nation-Corona-virus-free-state-Sikkim-to-reopen-schools-colleges-from-15th-June

ଗାଙ୍ଗଟକ, ମେ ୨୩ (ଖବର ଓଡ଼ିଶା): କରୋନା ସଂକଟ ସମୟରେ ସିକ୍କିମ ସରକାର ଆଗାମୀ ଜୁନ ୧୫ ତାରିଖରୁ ନିଜ ରାଜ୍ୟରେ ସ୍କୁଲ ଓ କଲେଜ ବ୍ୟତୀତ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ମୁକ୍ତ ସିକ୍କିମ ସ୍କୁଲ ଖୋଲିବାରେ ଦେଶର ପ୍ରଥମ ରାଜ୍ୟ ହେବ । ରାଜ୍ୟର ଶିକ୍ଷା ମନ୍ତ୍ରୀ କୁଙ୍ଗା ନୀମା ଲେପଚାଙ୍କ ଏହି ନିଷ୍ପତ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ଓ କଲେଜ ଛାତ୍ରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି ।

ସିକ୍କିମର ଶିକ୍ଷାମନ୍ତ୍ରୀ କୁଙ୍ଗା ନୀମା ଲେପଚା କହିଛନ୍ତି, ଆମେ ସମସ୍ତ ସ୍କୁଲ ଓ କଲେଜ ଜୁନ ୧୫ରୁ ପୁଣି ଥରେ ଖୋଲିବାକୁ ଯାଉଛୁ । ଆମେ ନବମରୁ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମ ଆରମ୍ଭ କରିବୁ । ନର୍ସରୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିବ । ସାମାଜିକ ଦୂରତାକୁ ରକ୍ଷା କରି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢ଼ାଯିବ । ବାକି ଶ୍ରେଣୀ ଗୁଡ଼ିକ ଅନଲାଇନରେ ପାଠପଢ଼ା ଜାରି ରହିବ । ସ୍କୁଲରେ ସକାଳୁ ପ୍ରାର୍ଥନା କରାଯିବ ନାହିଁ । ସେ କହିଛନ୍ତି, ପରବର୍ତ୍ତୀ ଆଦେଶ ଯାଏଁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିବ । 

ଶିକ୍ଷା ମନ୍ତ୍ରୀ କହିଛନ୍ତି, ବାର୍ଷିକ ପରୀକ୍ଷା ୨୦୨୧ ଫେବ୍ରୁଆରୀ ଯାଏଁ ହେବ ନାହିଁ । ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦିଆଯିବ । ଏଥି ସହିତ ଶନିବାର ଦିନ ମଧ୍ୟ ପାଠପଢ଼ା ଜାରି ରହିବ । କଲେଜ ଓ ବିଶ୍ୱବିଦ୍ୟାଳୟରେ ୨ଟି ସିଫ୍ଟରେ ପାଠ ପଢ଼ାଯିବ । ଏହି ସମୟରେ ସାମାଜିକ ଦୂରତ୍ୱ ଓ ଅନ୍ୟ ସୁରକ୍ଷା ପାଳନ କରାଯିବ । 

 

  • Tags: