Home > ରାଜ୍ୟ
ଶବକୁ ସାଲାଇନ ? ଦୋଷ ଚୁଲାଇବାକୁ ଯାଇ ମୃତ ଯୁବକଙ୍କୁ ସାଲାଇନ, ଇଞ୍ଜେକ୍ସନ ଦେବା ଅଭିଯୋଗ
Khabar Odisha:National-state-Dead-person-put-on-saline-drips-given-injection-allegedly-in-a-bid-to-hide-death-due-to-medical-negligence-in-Jharsuguda-hospital
ଝାରସୁଗୁଡା,ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାପରେ ନବୀନ ପଟ୍ଟନାୟକଙ୍କୁ ରାଜ୍ୟରେ ବିଫଳ ହୋଇଥିବା ସ୍ୱାସ୍ଥ୍ୟ ସେବାକୁ ନେଇ ବିରୋଧୀଙ୍କ ସମାଲୋଚନାର ଶିକାର ହେବାକୁ ପଡୁଛି । କେତେବେଳେ ଘରୋଇ ହସ୍ପିଟାଲ ଗୁଡିକ ଦାଦାଗିରି ମାମଲା ସାମ୍ନାକୁ ଆସୁଥିବା ବେଳେ କେତେବେଳେ ଡାକ୍ତର ନଥିବା କାରଣରୁ ରୋଗୀ ସଠିକ ଚିକିତ୍ସା ପାଉ ନଥିବା ଖବର ସାମ୍ନାକୁ ଆସୁଛି । ଏହାରେ ଭିତରେ ପୁଣି ଥରେ ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହାସହ ନିଜ ଦୋଷକୁ ଲୁଚାଇବାକୁ ଯାଇ ମୃତ ବ୍ୟକ୍ତକୁ ସାଲାଇନ ଦିଆଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ଏହି ଘଟଣା ରାଜ୍ୟର କେଉଁ ଉପାନ୍ତ ଅଞ୍ଚଳର ନୁହଁ ବରଂ ଘଟଣା ଘଟିଛି ସ୍ୱାସ୍ଥ୍ୟମନ୍ତ୍ରୀ ଜିଲ୍ଲାରେ, ଯାହା ଏବେ ସର୍ବତ୍ର ଚର୍ଚ୍ଚା ।

ମିଳିଥିବା ଖବର ଅନୁସାରେ  ଝାରସୁଗୁଡା ଜିଲ୍ଲାର କାଲିମାଲ ଗାଁର ଯୁବକ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କୁ ସଂପକୀୟମାନେ ଡାକ୍ତରଖାନାକୁ ଆଣିଥିଲେ । ତେବେ ଯୁବକକୁ ତୁରନ୍ତ ଚିକିତ୍ସା ସୁବିଧା ମିଳିନଥିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏହାସହ ସମ୍ପକୀୟମାନେ ହସ୍ପିଟାଲ ନର୍ସଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଅଣିଛନ୍ତି । ମୃତ୍ୟୁ ହେବା ପରେ ଦୋଷ ଲୁଚାଇବାକୁ ଯାଇ ଯୁବକ ଜଣ ଚିକିତ୍ସା କରାଯାଉଥିବା ଅଭିଯୋଗ କରିଛନ୍ତି । ମରଗିଲା ପରେ ଯୁବକଙ୍କୁ ସାଲାଇନ, ଇଞ୍ଜେକନ୍ସ ଦିଆଯାଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ସାଲାଇନ, ଇଞ୍ଜେକ୍ସନ ଦେବା ଭିଡିଓ ମଧ୍ୟ ଭାଇରାଲ ହୋଇଛି । 

ଏହା ଉପରେ ସଫେଇ ଦେଇ ଡାକ୍ତର କହିଛନ୍ତି ଯେ ମୃତ ଘୋଷଣା ହୋଇନଥିବାରୁ ସାଲାଇନ ଲଗାଯାଇଥିଲା । ଡାକ୍ତର ମୃତ ଘୋଷଣା କରିନଥିଲେ, ଏଥିରେ ନର୍ସଙ୍କ କିଛି ଦୋଷ ନଥିବା ଡାକ୍ତର କହିଛନ୍ତି ।