Home > ରାଜ୍ୟ
କନ୍ଧମାଳ ରାଇକିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କୁ ପୋଲିସର ଲାଠି ମାଡ ଅଭିଯୋଗ, ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ
Khabar Odisha:Police-beat-medical-staf-in-kandhamal
କନ୍ଧମାଳ, ମାର୍ଚ୍ଚ ୩୦ (ଖବର ଓଡ଼ିଶା):

କନ୍ଧମାଳ ରାଇକିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ କର୍ମଚାରୀଙ୍କୁ ପୋଲିସର ଲାଠି ମାଡ଼ ଅଭିଯୋଗ । ପୋଲିସର ଲାଠି ମାଡ ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା, ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ।

ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଞ୍ଚି କର୍ମଚାରୀଙ୍କୁ ବୁଝାସୁଝା କଲେ ରାଇକିଆ ବିଡ଼ିଓ ଓ ତହସିଲଦାର । ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ କର୍ମଚାରୀ ନିଜ ପରିଚୟ ପତ୍ର ଦେଖାଇ ଥିଲେ ମଧ୍ୟ ରାଇକିଆ ପୋଲିସ ଲାଠି ପ୍ରହାର ବନ୍ଦ କରିନଥିଲା ବୋଲି ଅଭିଯୋଗ କରିଛନ୍ତି ମାଡ ଖାଇଥିବା କର୍ମଚାରୀ ।ରାଇକିଆ ପୋଲିସ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣରେ ନିନ୍ଦା କରିବା ସହ ମାଡ ମାରିଥିବା ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

  • Tags: