Home > ରାଜ୍ୟ
କରୋନା ମାଡ, 500 ଟଙ୍କା ଛୁଇଁଲାନି ଜଗାର ହୁଣ୍ଡି ଟଙ୍କା
Khabar Odisha:Puri-jagannath-temple-hundi-collection-report
ପୁରୀ, ମାର୍ଚ୍ଚ ୨୪ (ଖବର ଓଡ଼ିଶା):

କରୋନା ପ୍ରଭାବ ମହାପ୍ରଭୁଙ୍କ ହୁଣ୍ଡି ଉପରେ ବି ପଡିଛି। ଯାହା କେବେ ଘଟି ନଥିଲା ତାହା ଆଜି ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ହୁଣ୍ଡିଦାନ ଆଜି 5 ଶହ ଟଙ୍କା ତଳକୁ ଖସିଯାଇଛି। ଯେଉଁଠି ଲକ୍ଷ ଲକ୍ଷ ଟଙ୍କା ଦାନ ଆକାରରେ ମିଳୁଥିଲା ସେଠି ଗତ କାଲି 467 ଟଙ୍କା ହୁଣ୍ଡିରୁ ମିଳିଛି। ଯେବେଠୁ କରୋନା କଟକଣା ଲାଗୁ ହେଲାଣି ସେବେଠୁ ଆଜି ପର୍ଯ୍ୟନ୍ତ ହଜାର ଟଙ୍କା ତଳକୁ ଖସି ନଥିଲା ଦାନ ଅର୍ଥ।

ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁସାରେ ମାର୍ଚ୍ଚ 15 ତାରିଖ ଦିନ 3 ଲକ୍ଷ 36 ହଜାର 317 ଟଙ୍କା ଦାନ ଆକାରରେ ମିଳିଥିଲା। ଏହା ପରଠାରୁ କ୍ରମାଗତ ଭାବରେ ଦାନର ଅର୍ଥ ହ୍ରାସ ପାଇବାରେ ଲାଗିଛି । 16 ତାରିଖ ଦିନ 98 ହଜାର 872 ଟଙ୍କା, 18 ତାରିଖ ଦିନ 72 ହଜାର 537 ଟଙ୍କା , 19 ତାରିଖ ଦିନ 52 ହଜାର 914ଟଙ୍କା , 20 ତାରିଖ ଦିନ 23 ହଜାର 214 ଟଙ୍କା, 21 ତାରିଖ ଦିନ 2599 ଟଙ୍କା, 22 ତାରିଖ ଦିନ 1752 ଟଙ୍କା ଦାନ ହୁଣ୍ଡିରୁ ମିଳିଥିଲା।  

  • Tags: