Home > ରାଜ୍ୟ
ଆଜି ସାବିତ୍ରୀ ବ୍ରତ, ସ୍ୱାମୀର ଦୀର୍ଘାୟୁ କାମନା କରି ଓଷା ରଖନ୍ତି ସଧବା ସ୍ତ୍ରୀ
Khabar Odisha:Savitri-puja
ଭୁବନେଶ୍ୱର, ମେ ୨୨ ( ଖବର ଓଡ଼ିଶା):

 ଆଜି ସାବିତ୍ରୀ ଅମାବାସ୍ୟା। ସ୍ୱାମୀମାନଙ୍କ ଦୀର୍ଘାୟୁ କାମନା କରି ସଧବା ମହିଳାମାନେ ସାବିତ୍ରୀ ବ୍ରତ ରଖିଥାନ୍ତି। ସାବିତ୍ରୀରେ ନୂଆ ଶାଢୀ, ଚୂଡି ସହ ବିଭିନ୍ନ ପ୍ରକାରର ଫଳମୂଳର ପୂଜାର୍ଚ୍ଚନା କରିବାର ବିଧି ରହିଛି। 

ଆଜି ମହିଳାମାନେ ମନ୍ଦିର ଯାଇ କିମ୍ବା ଘରେ ପୂଜାର୍ଚ୍ଚନା କରିବା ସହ ନିଜ ସ୍ୱାମୀଙ୍କର ଶୁଭ ମାନାସୀଥାନ୍ତି।  

କିମ୍ବଦନ୍ତୀ ଅନୁସାରେ ଏହି ଦିନ ସାବିତ୍ରୀ ମୃତ୍ୟୁର ଦେବତା ଯମରାଜାଙ୍କ ସହ ଲଢି ସତ୍ୟବାନଙ୍କୁ ମୃତ୍ୟୁମୁଖରୁ  ବଞ୍ଚାଇଥିଲେ । ତେଣୁ ଏହି ଦିନ ସଧବା ସ୍ତ୍ରୀମାନେ ନିଷ୍ଠାର ସହ ବ୍ରତ ପାଳନ କରିଥାନ୍ତି।

  • Tags: