Home > ରାଜ୍ୟ
ରାତି ଗୋଟାଏ ରୁ ହେବ ସ୍ନାନ ଯାତ୍ରା ପହଣ୍ଡି, ଆଜିଠୁ ଆରମ୍ଭ ହେଲା ସେବାୟତଙ୍କ କରୋନା ଟେଷ୍ଟ
Khabar Odisha:Snan-purnima-rituals-time
ଭୁବନେଶ୍ୱର, ମେ ୨୭ ( ଖବର ଓଡ଼ିଶା):

 କରୋନା କଟକଣା ମଧ୍ୟରେ ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି।

ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ମତାମତ ନିଆଯାଇଛି। ସର୍ବନିମ୍ନ କେତେ ସେବାୟତରେ କରାଯାଇପାରିବ, ୨ ଦିନ ଭିତରେ ତାଲିକା ଦେବାକୁ କୁହାଯାଇଛି । ଆସନ୍ତା ୩୦ରେ ପରିଚାଳନା କମିଟି ମିଟିଂ ହେବ। ଏହି ବୈଠକରେ ଆଲୋଚନା ହୋଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।  କେଉଁ ସମୟରେ କଣ ନୀତି ହେବ ସେ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ ପ୍ରକାଶ ପାଇଛି।

ରାତି ୧ରୁ ୪ ପର୍ଯ୍ୟନ୍ତ ପହଣ୍ଡି ହେବ।  ସକାଳ ୭,୩୦ରୁ ୯:୩୦ ପର୍ଯ୍ୟନ୍ତ ସ୍ନାନନୀତି ଅନୁଷ୍ଠିତ ହେବ। ଦିନ ସାଢ଼େ ଦଶଟାରେ ଛେରାପହଁରା ହେବାକୁ ଥିବା ବେଳେ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ। ପୁଣି ସନ୍ଧ୍ୟା ୫ଟା ଠାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ୮ ପର୍ଯ୍ୟନ୍ତ ଚାଲିବ। ଛତିଶାନିଯୋଗ ସହିତ ବୈଠକ ପରେ ଏହି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଆଜିଠୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ 

ଅନ୍ୟପଟେ ସ୍ନାନଯାତ୍ରାରେ ନିୟୋଜିତ ସେବାୟତଙ୍କ କୋଭିଡ୍ ଟେଷ୍ଟ୍। ପ୍ରଥମ ଦିନରେ ୭୫ ଜଣ ଦଇତାପତି ସେବାୟତଙ୍କ ସ୍ୱାବ ନମୁନା ସଂଗ୍ରହ ହୋଇଛି। ୨ ଦିନ ମଧ୍ୟରେ ନିୟୋଜିତ ହେବାକୁ ଥିବା ୧୫୦ ସେବାୟତଙ୍କ ଟେଷ୍ଟ କରାଯିବ ।

  • Tags: