Home > ରାଜ୍ୟ
ଏବେ ସୁଦ୍ଧା ୮୯୫ ଜଣ କ୍ଲାସ ୱାନ ଅଫିସରଙ୍କ ନାଁରେ ଭିଜିଲାନ୍ସ ମାମଲା
Khabar Odisha:State-Odisha-895-class-One-Officers-in-Vigilance-trap
ଭୁବନେଶ୍ୱର, ନଭେମ୍ବର ୧୮(ଖବର ଓଡ଼ିଶା):

ରାଜ୍ୟରେ ଦିନକୁ ଦିନ ଦୁର୍ନୀତି ବୃଦ୍ଧି ପାଉଥିବାରୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରିବାକୁ ଓଡ଼ିଶା ଭିିଜିଲାନ୍ସ ପ୍ରୟାସ ଜାରି ରଖିଛି । ରାଜ୍ୟ ସରକାର ମଧ୍ୟ ଏଥିପ୍ରତି ତତ୍ପର ଅଛନ୍ତି । ଲାଞ୍ଚ ନେଇ ଧରାପଡ଼ିବା ଓ ଆୟ ବର୍ହିଭୂତ ସମ୍ପତି ଠୁଳ ନେଇ ଅନେକ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏହି ଭିଜିଲାନ୍ସ ସ୍କାନରରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି କିରାଣୀ ଓ ପିଅନ ଯାଏଁ ଅନେକ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତେବେ ଭିଜିଲାନ୍ସ ଟ୍ରାପରେ କ୍ଲାସ ୱାନ ଅଫିସର ମଧ୍ୟ ଅନେକ ରହଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।  

ରାଜ୍ୟରେ ସରକାରୀ କର୍ମଚାରୀଙ୍କ ନାଁରେ ଥିବା ଭିଜିଲାନ୍ସ ମାମଲାକୁ ନେଇ ବିଧାୟକ ସୁଧିର ସାମଲଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଦେଇଛନ୍ତି । ସେପ୍ଟେମ୍ବର ୩୦ ସୁଦ୍ଧା ୮୯୫ ଜଣ କ୍ଲାସ ୱାନ ଅଫିସରଙ୍କ ନାଁରେ ଭିଜିଲାନ୍ସ ମାମଲା ରହିଛି । ସେହିପରି ୭୯୮ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ, ୩୫୩୫ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ନାଁରେ ଭିଜିଲାନ୍ସ ମାମଲା ରହିଛି । ୧୯୩ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୧୩୯୬ ଅନ୍ୟାନ୍ୟ କର୍ମଚାରୀଙ୍କ ନାଁରେ ଭିଜିଲାନ୍ସ ମାମଲା ରହିଛି । ଅନେକ ସରକାରୀ କର୍ମଚାରୀଙ୍କ ନାଁରେ ଫୈାଜଦାରୀ ମାମଲା ଓ ଅର୍ଥ ଆତ୍ମସାଥ ମାମଲା ମଧ୍ୟ ରହିଛି ।  ଭିଜିଲାନ୍ସ ହାତରେ ଧରାପଡ଼ି ଅନେକ ସରକାରୀ କର୍ମଚାରୀ ଗିରଫ ହୋଇଥିବା ବେଳେ ଚାକିରୀରୁ ନିଲମ୍ବିତ ମଧ୍ୟ ହୋଇଛନ୍ତି ।

  • Tags: