Home > ରାଜ୍ୟ
ବୁଡ଼ିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୪୦ ସ୍କୁଲ ପିଲା
Khabar Odisha:State-Odisha-A-boat-drowned-in-river-40students-rescued
କେନ୍ଦ୍ରାପଡ଼ା, ଅଗଷ୍ଟ ୧୪(ଖବର ଓଡ଼ିଶା):

କେନ୍ଦ୍ରାପଡ଼ାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ଅଘଟଣ ଘଟିଛି । ଡଙ୍ଗାରେ ଥିବା ସମସ୍ତ ସ୍କୁଲ ପିଲାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ସେମାନେ ସୁରକ୍ଷିତ ଜଣାପଡ଼ିଛି । 

ଦୁଇ ଦିନ ହେବ ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ମୈାସୁମୀ ସକ୍ରିୟ କାରଣରୁ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ନଦୀରେ ଜଳସ୍ତର ଅଧିକ ଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମଧୁବନ ଘାଟରୁ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଡଙ୍ଗାରେ ପାଣି ପଶିଥିଲା । ଫଳରେ ଡଙ୍ଗାଟି ବୁଡ଼ି ଯାଇଛି । ଯାଜପୁର ଜର ଆଡ଼କୁ ସ୍କୁଲ ପିଲାଙ୍କୁ ନେଇ ଡଙ୍ଗାଟି ଯାଉଥିଲ । ଡଙ୍ଗାରେ ବସିଥିବା ପ୍ରାୟ ୪୦ଜଣ ସ୍କୁଲ ପିଲା ଡଙ୍ଗା ବୁଡ଼ିବା ପରେ ନଦୀରେ ପଡ଼ିଥିଲେ । ଗାଁ ଲୋକେ ସମସ୍ତ ପିଲାଙ୍କୁ ଡଙ୍ଗା ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।  

  • Tags: