Home > ରାଜ୍ୟ
କାଠ ଆଣିବାକୁ ଯାଇଥିଲେ ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
Khabar Odisha:State-Odisha-A-youth-dead-in-electrocuted-in-Jungle
ନୟାଗଡ଼, ଅକ୍ଟୋବର ୨୧(ଖବର ଓଡ଼ିଶା):

ନୟାଗଡ଼ ବରକୋଳି ଗାଁ ପାଖ ଜଙ୍ଗଲରେ ଅଘଟଣ ଘଟିଛି । ବାରହା ପାଇଁ ବିଛା ଯାଇଥିବା ବିତ୍ୟୁତ ତାର ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ବେଣାଗାଡ଼ିଆ ବରକୋଳି ଗାଁର ଜଣେ ଯୁବକ ପ୍ରତିଦିନ ଭଳି ଜଙ୍ଗଲକୁ କାଠ ଆଣିବାକୁ ଆଜି ଭୋରୁ ଯାଇଥିଲେ । ସେ ଦୁର୍ଭାଗ୍ୟବସତଃ ବାରହା ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ବିଦ୍ୟୁତ ଆଘାତରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ମୃତ ଯୁବକ ହେଲେ ଘନଶ୍ୟାମ ଖଟୁଆ । ତାଙ୍କ ମୃତ୍ୟୁରେ ବରକୋଳି ଗାଁରେ ଶୋକର ଛାୟା ଖେଳିଯାଇଛି ।

  • Tags: