Home > ରାଜ୍ୟ
ଆଦିତ୍ୟ ପାଢୀଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ, ହେଲେ ରାଜ୍ୟ ନିର୍ବାଚନ କମିଶନର
Khabar Odisha:State-Odisha-Chief-Secretary-AP-Padhis-appointment-as-next-State-Election-Commissioner
ଭୁବନେଶ୍ୱର, ଅଗଷ୍ଟ ୧୪(ଖବର ଓଡ଼ିଶା):

ଓଡ଼ିଶାରେ ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଶାସନ ଭାର ଗ୍ରହଣ କରି ଗାଦୀରେ ବସିବା ପରେ ବିଜେଡ଼ି ସୁପ୍ରିମୋ ପ୍ରଶାସନିକସ୍ତରରେ ବଡ଼ ଧରଣର ଅଦଳବଦଳ କରୁଛନ୍ତି । ଆଜି ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନୂଆ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ।

ରାଜ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନିଯୁକ୍ତି ଦିଆଯାଇଛି । ଆଦିତ୍ୟ ପାଢୀଙ୍କୁ ନୂଆ ନିଯୁକ୍ତି ପାଇଁ ରାଜ୍ୟପାଳ ଡ. ଗଣେଶୀ ଲାଲ ଅନୁମୋଦନ ଦେଇଛନ୍ତି । ଆଦିତ୍ୟ ପାଢୀଙ୍କ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିବା ପରେ ଏବେ ମୁଖ୍ୟ ଶାସନ ସଚିବ ପଦରେ କାହାକୁ ଦାୟିତ୍ୱ ଦିଆଯିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଆଦିତ୍ୟ ପାଢୀ ୧୯୮୩ ବ୍ୟାଚର ଜଣେ ଆଇଏଏସ ଅଧିକାରୀ । 

  • Tags: