Home > ରାଜ୍ୟ
ସାମ୍ବାଦିକଙ୍କ ଜୀବନ ପ୍ରତିି ବିପଦ, ସୁରକ୍ଷା ପାଇଁ ଆଇନ ଅଣାଯାଉ
Khabar Odisha:State-Odisha-Congress-MLA-Narasingha-Mishra-demands-introduction-of-new-rules-for-safety-of-journalist
ଭୁବନେଶ୍ୱର, ନଭେମ୍ବର ୧୮(ଖବର ଓଡ଼ିଶା):

ସାଧାରଣ ଲୋକଙ୍କ ସମସ୍ୟା, ଦୁର୍ନୀତିକୁ ଜନତାଙ୍କ ନିକଟରେ ପହଞ୍ଚଉଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା ଅନେକ ସମୟରେ ସାମନାକୁ ଆସୁଛି । ଏପରିକି କର୍ତ୍ତବ୍ୟରତ ପ୍ରତିନିଧି ଅଥବା ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ମଧ୍ୟ ଆସିଛି । ତେଣୁ ଆଜି ବିଧାନସଭାରେ ସାମ୍ବାଦିକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । 

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକତା । ତେବେ ଆଜି ଲୋକଙ୍କ ନିକଟରେ ଗ୍ରାଉଣ୍ଡ ଜିରୋରେ କଣ ଘଟୁଛି ତାହା ଲୋକଙ୍କ ପାଖରେ ପହଂଚାଉଥିବା ସେହି ସାମ୍ବାଦିକମାନେ ପ୍ରକୃତରେ କେତେ ସୁରକ୍ଷିତ ? ନିକଟରେ ମଧ୍ୟ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣା ଘଟିଛି । ତେଣୁ ଆଜି ବିଧାନସଭା ଶୀତଅଧିବେଶନର ପ୍ରଶ୍ନକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସାମ୍ବାଦିକ କେତେ ସୁରକ୍ଷିତ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହା ସହ ସେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ନୂଆ ନିୟମ ଆଣିବାକୁ କହିଛନ୍ତି । 

ଏହା ଉପରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ମଧ୍ୟ ମତ ରଖିଛନ୍ତି । ଏଯାଏଁ ରାଜ୍ୟରେ କେତେ ସାମ୍ବାଦିକ ରହିଛନ୍ତି ଚିହ୍ନଟ କରାଯାଇପାରି ନାହିଁ । ତାହା ପ୍ରଥମେ ଚିହ୍ନଟ ହେବା ଦରକାର । ସାମ୍ବାଦିକଙ୍କ ଜୀବନ ପ୍ରତି ବିପଦ ରହୁଛି । ନିଜ ଜୀବନ ପ୍ରତି ଆଶା ନ କରି ମଧ୍ୟ ସାମ୍ବାଦିକମାନେ ଜନତାଙ୍କ ପାଇଁ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି । ତେଣୁ ସାମ୍ବାଦିକଙ୍କୁ ସୁରକ୍ଷା ସହ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଦେବା ଆବଶ୍ୟକ । ବାଚସ୍ପତି ସୂର୍ଯ୍ୟ ପାତ୍ର ନିଜେ ଜଣେ ସାମ୍ବାଦିକ, ତେଣୁ ସମ୍ବାଦିକଙ୍କ ପାଇଁ ସେ ଯତ୍ନବାନ ହେବେ ବୋଲି ପ୍ରଫୁଲ୍ଲ ସାମଲ କହିଛନ୍ତି ।

  • Tags: