Home > ରାଜ୍ୟ
ସମ୍ପୂର୍ଣ୍ଣ ଓଡ଼ିଶା ଲକ୍ ଡାଉନ୍‌, ବନ୍ଦ ରହିବ ସମସ୍ତ ନିର୍ମାଣ କାର୍ଯ୍ୟ
Khabar Odisha:State-Odisha-Contruction-work-stopped-in-Odisha-for-Corona
ଭୁବନେଶ୍ୱର, ମାର୍ଚ୍ଚ ୨୫ (ଖବର ଓଡ଼ିଶା):

କରୋନା ସଂକ୍ରମଣ ରୋକିବା ପାଇ ସାରା ଓଡ଼ିଶା ଲକ୍ ଡାଉନ୍ । ଏହି ସମୟରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ।
ଭୟଙ୍କର କରୋନା ଭାଇରସ୍ ସଂକ୍ରମଣର ମୁକାବିଲା କରିବା ଦିଗରେ ଜାରି ଲକ୍ ଡାଉନ୍ ପାଇଁ  ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର। ଏପରି କି ଏପିଡେମିକ ଡିଜିଜ ଆକ୍ଟ ୧୮୯୭ର ଧାରା ୨, ୩ ଏବଂ ୪ ଭିତ୍ତିରେ ଓଡ଼ିଶା ସରକାର କରୋନା ଭାଇରସ୍‌ର ନିୟନ୍ତ୍ରଣ ଲାଗି କୋଭିଡ-୧୯ ନିୟାମକ, ୨୦୨୦ ପରିପ୍ରେକ୍ଷୀରେ ସତର୍କ ଓ ସାବଧାନ ପଦକ୍ଷେପ ନେଉଛନ୍ତି। ଉପରୋକ୍ତ ଆଇନ୍‌ର ଧାରା ୨ ତଥା ନିୟାମକ ଅନୁଯାୟୀ, ଓଡ଼ିଶା ସରକାର ସାରା ରାଜ୍ୟରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

  • Tags: