Home > ରାଜ୍ୟ
ପଶ୍ଚିମ ଓଡ଼ିଶାରେ ଖୋଲିଛି ମଣ୍ଡି କିନ୍ତୁ ଏଯାଏଁ ଚାଷୀଙ୍କୁ ମିଳିନି ଟୋକେନ, ଚାଷୀ ତୀବ୍ର ଅସନ୍ତୋଷ
Khabar Odisha:State-Odisha-Farmers-tenstion-for-Crop-sale-by-Token-System
ସମ୍ବଲପୁର, ନଭେମ୍ବର ୧୮(ଖବର ଓଡ଼ିଶା):

ଚାଷୀଙ୍କ ଟେନସନ ଚାଷୀଙ୍କ ଟେନସନ ବଢିଛି । ଗତ ୧୫ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ଧିବଦ୍ଧଭାବେ ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିଛି । ପୂଜା ପାଠ ସହ ମଣ୍ଡି ଖୋଲାଯାଇଥିଲେ ମଧ୍ୟ ଚାଷୀଙ୍କ ଠାରୁ ଧାନ କ୍ରୟ ହୋଇପାରି ନାହିଁ । ଧାନ ସଂଗ୍ରହ ପାଇଁ ସରକାରଙ୍କ ନୂଆ ଟୋକେନ ବ୍ୟବସ୍ଥାରେ କେତେକ ଚାଷୀ ଟୋକେନ ପାଇ ନଥିବାରୁ ତୀବ୍ର ଅସେନ୍ତାଷ ପ୍ରକାଶ ପାଇଛି । ୩ଦିନ ହେଲା ମଣ୍ଡିରେ ଜଗି ଜଗି ଟୋକେନ ନ ପାଇ ହତାଶ ହେଲେଣି ଚାଷୀ । 

ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଧାନ ବିକ୍ରି ପାଇଁ ଟୋକେନ ବ୍ୟବସ୍ଥାକ ଚାଷୀମାନେ ବିରୋଧ କରିଛନ୍ତି । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏଭଳି ଅବସ୍ଥା ଦେଖାଦେଇଛି । କିଛି ଚାଷୀ ଟୋକେନ ପାଇଥିବା ବେଳେ ମାର୍କେଟ ୟାର୍ଡରେ ସରକାରୀ ବାବୁଙ୍କ ଦେଖା ନାହିଁ । ସମ୍ବଲପୁର, ବରଗଡ଼, ବଲାଙ୍ଗୀର ସୁବର୍ଣ୍ଣପୁର ଆଦି  ଜିଲ୍ଲାର ହଜାର ହଜାର ଚାଷୀ ଟୋକେନ ବ୍ୟବସ୍ଥାକୁ ବିରୋଧ କରି ଗୋଡ଼ଭଙ୍ଗା ୁପ ବଜାର ପ୍ରାଙ୍ଗଣରେ ମେଳି କରି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଆଜି ଦିନ ୧୨ଟା ସୁଦ୍ଧା ଯଦି ଏହି ଟୋକେନ ବ୍ୟବସ୍ଥା ଉଚ୍ଛେଦ ନ ହେବା ତେବେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଅସନ୍ତୁଷ୍ଟ ଚାଷୀ କହିଛନ୍ତି । ପୂର୍ବରୁ ପଞ୍ଜୀକୃତ ଚାଷୀଙ୍କ ପାଇଁ ପି ପାସ ବ୍ୟବସ୍ଥା ଥିଲା । କିନ୍ତୁ ଏବେ ସରକାର ଖରିଫ ଫସଲ ପାଇଁ ଟୋକେନ ବ୍ୟବସ୍ଥା କରିଛନ୍ତି ।

  • Tags: