Home > ରାଜ୍ୟ
ଅଦାଲତ ଅବମାନନା ମାମଲାର ଆଜି ହେବ ଶୁଣାଣୀ, ପୁଣି ବସିବ ପୂର୍ଣ୍ଣ ଖଣ୍ଡପୀଠ
Khabar Odisha:State-Odisha-High-court-Highlevel-meeting-about-Advocates-strike-today
ଭୁବନେଶ୍ୱର, ଅକ୍ଟୋବର ୨୧(ଖବର ଓଡ଼ିଶା):

ଆଇନଜୀବୀଙ୍କ ବାରମ୍ବାର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ଆଜି ପୁଣି ହାଇକୋର୍ଟରେ ବିଚାରପତିଙ୍କ ପୂର୍ଣ୍ଣ ଖଣ୍ଡପୀଠ ବସିବ । ଏହି ପ୍ରସଙ୍ଗରେ ହାଇକୋର୍ଟ ନୋଟିସର ସଚିବ ଜବାବ ରଖିବେ ।

ଆଜି ମଧ୍ୟ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ଓକିଲଙ୍କ ଏହି ବାରମ୍ବାର କାର୍ଯ୍ୟବନ୍ଦ ଆନ୍ଦୋଳନ ତଥା ଅଦାଲତ ଅବମାନନାକୁ ନେଇ ଆଜି ପୁଣି ହାଇକୋର୍ଟରେ ବିଚାରପତିଙ୍କ ପୂର୍ଣ୍ଣ ଖଣ୍ଡପୀଠ ବସିବ । ହାଇକୋର୍ଟ ବାର ଆସୋସିଏସନ ସମେତ ଅନ୍ୟ ଓକିଲ ସଂଘ ମଧ୍ୟ ବାରମ୍ବାର ଆନ୍ଦୋଳନ କରୁଛନ୍ତି । ଯାହା ଫଳରେ ମାସ ମାସ ଧରି ଅଭିଯୋଗର ଶୁଣାଣୀ ହେବାରେ ବିଳମ୍ବ ହେଉଛି । ଯାହା ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ହାଇକୋର୍ଟରେ ଏହି ଅଦାଲତ ଅବମାନନା ମାମଲାରେ ପୁଣି ଫୁଲ ବେଞ୍ଚ ଶୁଣାଣୀ ହେବ । ଏହି ଶୁଣାଣୀରେ ହାଇକୋର୍ଟ ବାର ସମେତ ଅନ୍ୟ ପ୍ରତିପକ୍ଷ ମଧ୍ୟ ସାମିଲ ହୋଇପାରନ୍ତି । ହାଇକୋର୍ଟ ନୋଟିସର ସଚିବ ଜବାବ ରଖିବେ ।

ନିକଟରେ ହାଇକୋର୍ଟରେ ବସିଥିବା ପୂର୍ଣ୍ଣ ଖଣ୍ଡପୀଠ ଶୁଣାଣୀ କରି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ଆଇନ ବିଭାଗ ପ୍ରମୁଖ ସଚିବ, ଗୃହ ବିଭାଗ ସଚିବ, ଭାରତୀୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ, ରାଜ୍ୟ ଆଇନଜୀବୀ ପରିଷଦ ଓ ହାଇକୋର୍ଟ ବାର ଆସୋସିଏସ ସମେତ ୬୮ଟି ବାର ଆସୋସିଏସନର ସଭାପତି ଓ ସମ୍ପାଦକଙ୍କୁ ନୋଟିସ ଜାରି କରାଯାଇଥିଲା । 

  • Tags: