Home > ରାଜ୍ୟ
ହୀରାକୁଦ ଡ୍ୟାମର ବନ୍ଦ ହେଲା ୧୦ଟି ଗେଟ
Khabar Odisha:State-Odisha-Hirakud-Dam-10gates-closed
ସମ୍ବଲପୁର, ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେଉଛି । ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସର୍ବୋଚ୍ଚ ଜଳ ଧାରଣା କ୍ଷମତା ଠାରୁ ସାମାନ୍ୟ ହ୍ରାସ ପାଇଛି । ତେଣୁଆଜି ୧୦ଟି ଗେଟ ବନ୍ଦ କରାଯାଇ ଅନ୍ୟ ୧୦ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । 

ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେଉଛି । ବିପଦ ସଂକେତ ଠାରୁ ଦୂରରେ ରହିଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ । ୨ଦିନ ତଳେ ଡ୍ୟାମରୁ ୨୦ଟି ଗେଟ ଦେଇ ଜଳ ନିଷ୍ମାସନ କରାଯାଉଥିଲା । କିନ୍ତୁ ଏଥିରୁ ୧୦ଟି ଗେଟ ବନ୍ଦ କରାଯାଇଛି । ବର୍ତ୍ତମାନ ଅନ୍ୟ ୧୦ଟି ଗେଟରେ ଜଳ ନିଷ୍କାସିତ ହେଉଛି ।

  • Tags: