Home > ରାଜ୍ୟ
ବିନା ରିସ୍କରେ ଜୀବନରେ କିଛି କରି ହୁଏନି, ୨୦୨୧ରେ ପ୍ରଥମ ମ୍ୟାନ୍ଡ ମିଶନ: କେ. ଶିବନ
Khabar Odisha:State-Odisha-ISRO-Head-KSivan-in-IIT-Bhubaneswar-and-said-about-gaganayan
ଭୁବନେଶ୍ୱର, ସେପ୍ଟେମ୍ବର ୨୧(ଖବର ଓଡ଼ିଶା):

ଆଜି ଭୁବନେଶ୍ୱରରେ ଇସ୍ରୋ ମୁଖ୍ୟ କେ.ଶିବନ । କେ.ଶିବନ ଆଇଆଇଟି ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ମିଶନ “ଗଗନାୟନ” ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି । 

ଆଜି ସକାଳେ କେ.ଶିବନ ଭୁବନେଶ୍ୱର ବିମାନବନ୍ଦରରେ ପହଂଚି ସେଠାରୁ ଜଟଣୀ ଅରୁଗୁଳ ଠାରେ ଥିବା ଆଇଆଇଟି ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ଆଇଆଇଟି ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଯୋଗଥିଲେ ଇସ୍ରୋ ମୁଖ୍ୟ କେ.ଶିବନ । ସେଠାରେ ସେ ତାଙ୍କ ଦୀକ୍ଷାନ୍ତ ଅଭିଭାଷଣ ରଖିଥିଲେ । ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି ଯେ,  ବୈଷୟିକ ଜ୍ଞାନକୈାଶଳ ବୃଦ୍ଧିରେ ଆଇଆଇଟି ପ୍ରମୁଖ ଭୂମିକା ନେଇଛି । ବୈଷୟିକ ଜ୍ଞାନକୈାଶଳ ଦ୍ୱାରା ଜୀବନଧାରଣ ମାନ ବଢିପାରିବ । ଆଇଆଇଟି ଦ୍ୱାରା ସେ ନିଜ ଶିକ୍ଷାଦୀକ୍ଷା ବଢାଇ ପାରିଛନ୍ତି ।
କେ. ଶିବନ ଆହରୁି କହିଛନ୍ତି ଯେ, ରିସ୍କ ନନେଲେ ଜୀବନରେ କିଛି କରି ହୁଏନି । ଜୀବନରେ ସବୁ କିଛି ପାଇ ହୁଏନି କିନ୍ତୁ କିଛି ହରାଇବାରେ ମଧ୍ୟ କିଛି କିଛି ପାଇବାର ଆଶା ଲୁଚିଥାଏ ।  ସେଠାରେ ସେ ଇସ୍ରୋର ଆଗାମୀ ମିଶନ “ଗଗନାୟନ” ସମ୍ପର୍କରେ ଆସନ୍ତାବର୍ଷ ଶେଷ ଆଡ଼କୁ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି କେ.ଶିବନ ପ୍ରତିକ୍ରିୟା ଦେଇଛନ୍ତି । ୨୦୨୦ ଡିସେମ୍ବରରେ ପ୍ରଥମ ଅନମ୍ୟାନଡ ମିଶନ, ୨୦୨୧ ଜୁଲାଇରେ ଦ୍ୱିତୀୟ ଅନମ୍ୟାନଡ ମିଶନ ଓ ୨୦୨୧ ଡିସେମ୍ବରରେ ପ୍ରଥମ ମ୍ୟାନ୍ଡ ମିଶନ ଲକ୍ଷ୍ୟ ରହିଛି । ୨୦୨୧ ଡିସେମ୍ବରରେ ଭାରତୀୟ ଲୋକେ ମହାକାଶ ଯାତ୍ରା କରିବେ ।
ଆଇଆଇଟି ଅରୁଗୁଳ ଠାରେ  ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ସେ ତିନିଜଣଙ୍କୁ ସ୍ୱର୍ଣ୍ଣ ଓ ୧୫ଜଣଙ୍କୁ ରୈାପ୍ୟ ପଦକ ପ୍ରଦାନ କରିଛନ୍ତି । ଯାହାକୁ ନେଇ ଆଇ ଆଇଟି ଛାତ୍ରଛାତ୍ରୀଙ୍କ ମଧ୍ୟ ଉତ୍ସାହ ଦେଖାଦେଇଛି ।

  • Tags: