Home > ରାଜ୍ୟ
ଶ୍ରମିକ ଚାଲାଣ ଅଭିଯୋଗରେ ଜଣେ ଦଲାଲ ଗିରଫ,୧୯ଜଣ ଯୁବକ ଓ ଯୁବତୀ ଉଦ୍ଧାର
Khabar Odisha:State-Odisha-Labourer-chalan-Middleman-arrrested
ଭୁବନେଶ୍ୱର, ଅକ୍ଟୋବର ୨୧(ଖବର ଓଡ଼ିଶା):

ରାଜ୍ୟକୁ ଦଲାଲମୁକ୍ତ କରିବାକୁ ପୋଲିସ ବେଶ ତତ୍ପରତା ଦେଖାଇଛନ୍ତି । ଗୋଟି ଗୋଟି କରି ଶ୍ରମିକ ଚାଲାଣ ଦଲାଲଙ୍କୁ ଖୋଜି ବାହାର କରୁଛି ପୋଲିସ । କନ୍ଧମାଳରେ ଆଜି ଶ୍ରମିକ ଚାଲାଣ ଅଭିଯୋଗରେ ପୁଣି ଜଣେ ଦଲାଲଙ୍କୁ ବାଲିଗୁଡ଼ା ପୋଲିସ ଗିରଫ କରିଛି । 

ଦୀର୍ଘ ଦିନ ହେବ ରାଜ୍ୟରେ ମାନବଚାଲାଣ ସଂଖ୍ୟ ବୃଦ୍ଧି ପାଉଛି । ଏଥିରେ ସମ୍ପୃକ୍ତ ରହୁଛନ୍ତି ଦଲାଲ । ଦଲାଲଙ୍କୁ ଧରିବାକୁ ପୋଲିସ ଜାଲ ବିଛାଇଛି । ରାୟଗଡ଼ା- କନ୍ଧମାଳକୁ ଶ୍ରମିକ ଚାଲାଣ ଅଭିଯୋଗ ହୋଇଥିଲା । ଏହା ଉପରେ ଆଜି ବାଲିଗୁଡ଼ା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରମିକ ଚାଲାଣ ଅଭିଯୋଗରେ ଆଜି କନ୍ଧମାଳ ଜିଲ୍ଲା ସୋନପୁର ତରଭା ଅଂଚଳରୁ ଜଣେ ଦଲାଲକୁ ଗିରଫ କରିଛି ପୋଲିସ । ପୋଲିସ ବାଲିଗୁଡ଼ା ବସଷ୍ଟାଣ୍ଟରୁ ୧୯ଜଣ ଯୁବକ ଓ ଯୁବତୀ ଉଦ୍ଧାର କରିଛି ।

  • Tags: