Home > ରାଜ୍ୟ
୨୧ ଦିନ ଲକ୍ ଡାଉନ, ନିୟମ ଉଲଘଂନ କରିବାରୁ କନ୍ଧମାଳରେ ଫ୍ଲାକେଟ ଦଣ୍ଡ, ଅନୁଗୁଳରେ ୨୪ ଜଣଙ୍କ ନାଁରେ ମାମଲା ରୁଜ୍ଜୁ
Khabar Odisha:State-Odisha-Lock-down-punishment
ଭୁବନେଶ୍ୱର, ମାର୍ଚ୍ଚ ୨୫ (ଖବର ଓଡ଼ିଶା):

କରୋନା ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଛି । କିନ୍ତୁ ବିନା କାରଣରେ ଘରୁ ବାହାରକୁ ଯାଇ ବୁଲୁ ଥିବାରୁ ଯୁବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । ‘ମୁଁ ଗୋଟିଏ ସ୍ୱାର୍ଥପର। ମୁଁ ବୁଲିବା ଚକ୍କରରେ ସମାଜକୁ ବିପଦକୁ ଠେଲିପାରେ। ଏଥିପାଇଁ ମୁଁ ଅନୁତପ୍ତ ବି ନୁହେଁ।’ ଏଭଳି ଲେଖା ଥିବା ପ୍ଲାକାଡକୁ ଆଜି ପୋଲିସ୍ କିଛି ଯୁବକଙ୍କ ହାତରେ ଧରାଇ ରାସ୍ତାରେ ଛିଡ଼ା କରାଇ ଦେଇଥିଲା। ଏ ଦୃଶ୍ୟ ଦେଖିବାକୁ ମିଳିଥିଳା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ।
କରୋନାର ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍ ଚାଲିଥିବା ବେଳେ ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ କିଛି ଯୁବକ ବିନା କାରଣରେ ଘରୁ ବାହାରି ଲକ୍ ଡାଉନ୍ ନିୟମର ଉଲ୍ଲଂଘନ କରିଥିଲେ। ତେଣୁ ହାତରେ ପ୍ଲାକାଡ୍ ଧରାଇ ସେମାନଙ୍କୁ ଏଭଳି ଛିଡ଼ା କରାଯାଇଥିଲା ପୋଲିସ ।
ସେହପରି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଲକ୍ ଡାଉନ ନିୟମକୁ କଡା କଡ଼ି କରି ଚେକିଂ କରୁଛି । ଅନୁଗୁଳ ଜିଲ୍ଲାରେ ମଧ୍ୟ ଲକ୍ ଡାଉନ୍ ପାଇଁ ଜୋରଦାର ଚେକିଂ ଚାଲିଛି । ଏହା ସତ୍ଵେ କିଛି ଯୁବକ ବାଇକରେ ବୁଲୁଥିବାରୁ ୧୦ଟି ବାଇକ ଜବତ କରିଛି ପୋଲିସ। ଏହା ସହ ୨୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଅନଗୁଳ ପୋଲିସ।

  • Tags: