Home > ରାଜ୍ୟ
କୁକୁର ମାରି ଗିରଫ ହେଲେ କ୍ୟାବ ଡ୍ରାଇଭର
Khabar Odisha:State-Odisha-Ola-Driver-Arrested-For-Killing-4-Puppies-In-Bhubaneswar
ଭୁବନେଶ୍ୱର, ନଭେମ୍ବର ୧୮(ଖବର ଓଡ଼ିଶା):

କୁକୁର ଛୁଆଙ୍କୁ ଗାଡ଼ି ଚାପି ଗିରଫ ହେଲେ ଜଣେ କ୍ୟାବ ଡ୍ରାଇଭର । ଜାଣିଶୁଣି ୪ଟି କୁକୁର ଛୁଆକୁ ଗାଡ଼ି ଚଢାଇ ଦେଇଥିବା ଅଭିଯୋଗ ହୋଇଛି । ଏପରି ଏକ ଚର୍ଚ୍ଚାକୁ ଆସିଥିବା ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । 

ଗତକାଲି ସକାଳ ଭୁବନେଶ୍ୱର ଶୈଳେଶ୍ରୀ ବିହାରସ୍ଥିତ ହାଇଲାଣ୍ଡ ରେସିଡେନ୍ସି ନିକଟରେ ଜାଣିଶୁଣି ୪ଟି କୁକୁର ଛୁଆକୁ ଗାଡ଼ି ଚଢାଇ ଦେଇଥିବା ଅଭିଯୋଗ ହୋଇଛି । କ୍ୟାବ ଡ୍ରାଇଭର ଦ୍ରୁତ ଗତିରେ କାର ଚଲାଉଥିଲେ । ନିକଟରେ ଥିବା ସେକ୍ୟୁରିଟି ଗାର୍ଡ଼ ମନା କରିବା ପରେ ମଧ୍ୟ ସେ ତାଙ୍କ କଥା ନ ଶୁଣି  କ୍ୟାବ ଡ୍ରାଇଭର କୁକୁର ଉପରେ ଗାଡ଼ି ଚଢାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ କୁକୁର ଛୁଆଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପିପୁଲ୍ସ ଫର ଆନିମଲ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏଫଆଇଆର ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜାଣିଶୁଣି ୪ଟି କୁକୁର ଛୁଆକୁ ଗାଡ଼ି ଚଢାଇ ଦେଇଥିବା ଅଭିଯୋଗରେ ଅଭିଯୁକ୍ତ କ୍ୟାବ ଡ୍ରାଇଭର କାହ୍ନୁ ଚରଣ ଗିରିଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ ।

  • Tags: