Home > ରାଜ୍ୟ
ବରଗଡ଼ରେ ପୁଣି ଜଣେ ବ୍ୟକ୍ତି କରୋନା ପଜିଟିଭ, ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨ ହେଲା
Khabar Odisha:State-Odisha-One-more-corona-positive-in-Bargarh-district-toll-mouth-in-Bargarh-two

ଭୁବନେଶ୍ୱର, ମେ ୨୮(ଖବର ଓଡ଼ିଶା): ବରଗଡ଼ ଜିଲ୍ଲାରେ ପୁଣି ଥରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ବ୍ୟକ୍ତି ବରପାଲି ବ୍ଲକର ବୋଲି ଜିଲ୍ଲାପାଳ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହୋଇଥିବା ଯୁବକ ନିକଟରେ ମୁମ୍ବାଇରୁ ଫେରି ସଂଗରୋଧ କେନ୍ଦ୍ରରେ ରହିଥିଲେ । ତାଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ରିପୋର୍ଟ ଏବେ ପଜିଟିଭ ଆସିଥିବା ଜଣାଡପଡ଼ିଛି । 

ବରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ଗତ ୨୪ ତାରିଖରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ବରଗଡ଼ ସହରରୁ କରୋନା ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ହୋମ କ୍ୱାରେଣ୍ଟାଇନରେ ଥିଲେ । ସୁବାଷ ନଗରରୁ କରୋନା ପଜିଟିଭ ବ୍ୟକ୍ତି ଜଣକ ଚିହ୍ନଟ ହୋଇଥିଲେ । ଏଥି ସହିତ ବରଗଡ଼ ଜିଲ୍ଲା ରାଜ୍ୟର ୨୭ତମ ଜିଲ୍ଲା ଭାବେ କରୋନା ମାନଚିତ୍ରରେ ଯୋଡ଼ିହୋଇଥିଲା । ବରଗଡ଼ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨ରେ ପହଞ୍ଚିଛି । 

 

  • Tags: