Home > ରାଜ୍ୟ
ଅଦାଲତ ଅବମାନନା ମାମଲା: ଖଣ୍ଡପୀଠରେ ସମୟ ମାଗିଲେ ପ୍ରତିପକ୍ଷ, ନଭେମ୍ବର ୪ ରେ ପରବର୍ତ୍ତୀ ଶୁଣାଣୀ
Khabar Odisha:State-Odisha-Orissa-High-Court-full-bench-hearing-on-recurrent-lawyers-strike-Representatives-of-HC-Bar-Association--other-respondents-seek-more-time-to-file-their-reply
ଭୁବନେଶ୍ୱର, ଅକ୍ଟୋବର ୨୧(ଖବର ଓଡ଼ିଶା):

ଓକିଲଙ୍କ ବାରମ୍ବାର କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ବିଚାରପତିଙ୍କ ପୂର୍ଣ୍ଣ ଖଣ୍ଡପୀଠରେ ଶୁଣାଣୀ ଶେଷ ହୋଇଛି । ଏହି ପ୍ରସଙ୍ଗରେ ହାଇକୋର୍ଟରେ ଆସନ୍ତା ନଭେମ୍ବର ୪ରେ ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । 

ହାଇକୋର୍ଟ ବାର ଆସୋସିଏସନ ସମେତ ଅନ୍ୟ ଓକିଲ ସଂଘ ମଧ୍ୟ ବାରମ୍ବାର ଆନ୍ଦୋଳନ କରୁଛନ୍ତି । ଯାହା ଫଳରେ ମାସ ମାସ ଧରି ଅଭିଯୋଗର ଶୁଣାଣୀ ହେବାରେ ବିଳମ୍ବ ହେଉଛି । ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆଜି ହାଇକୋର୍ଟରେ ଏହି ଅଦାଲତ ଅବମାନନା ମାମଲାରେ ପୁଣି ଫୁଲ ବେଞ୍ଚ ଶୁଣାଣୀ ଶେଷ ହୋଇଛି । ଆଜି ମଧ୍ୟ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ଓକିଲଙ୍କ ଏହି ବାରମ୍ବାର କାର୍ଯ୍ୟବନ୍ଦ ଆନ୍ଦୋଳନ ତଥା ଅଦାଲତ ଅବମାନନାକୁ ନେଇ ଆଜି ପୁଣି ହାଇକୋର୍ଟରେ ବିଚାରପତିଙ୍କ ପୂର୍ଣ୍ଣ ଖଣ୍ଡପୀଠ ବସିଥିଲା ।  ଏହି ଶୁଣାଣୀରେ ହାଇକୋର୍ଟ ବାର ସମେତ ଅନ୍ୟ ପ୍ରତିପକ୍ଷ ମଧ୍ୟ ହାଜର ହୋଇ ସମୟ ମାଗିଛନ୍ତି । ତେଣୁ ଏହି ଖଣ୍ଡପୀଠରେ ନଭେମ୍ବର ୪ ତାରିଖରେ ପରବର୍ତ୍ତୀ ଶୁଣାଣୀ କରିବାକୁ ଦିନ ଧାର୍ଯ୍ୟ ହୋଇଛି ।

  • Tags: