Home > ରାଜ୍ୟ
ଚାଷୀ ଧାନ ଦେବେ ଏବଂ ଉଚିତ ମୂଲ୍ୟ ପାଇବେ, ଟୋକେନ ବ୍ୟବସ୍ଥାରେ ସୁବିଧାରେ ଚାଷୀଙ୍କ ପାଖରେ ସୂଚନା ପହଂଚିପାରୁଛି : ରଣେନ୍ଦ୍ର ପ୍ରତାପ ସ୍ୱାଇଁ
Khabar Odisha:State-Odisha-Ranendra-Pratap-Swain-supports-Token-System-of-Paddy-sale
ଭୁବନେଶ୍ୱର, ନଭେମ୍ବର ୧୮(ଖବର ଓଡ଼ିଶା):

ଖରିଫ ଫସଲ ପାଇଁ ଟୋକେନ ବ୍ୟବସ୍ଥାକୁ ଚାଷୀଙ୍କ ଆନ୍ଦୋଳନ ଓ ଗୃହରେ ତାତି ଦେଖିବାକୁ ମିଳିଛି । ଏହି ପ୍ରସଙ୍ଗରେ ସ୍ୱଚ୍ଛତା ପାଇଁ ଏପରି ଟୋକେନ ବ୍ୟବସ୍ଥା କରାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ଦେଇଛନ୍ତି । 

ଗତ ୧୫ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ଧିବଦ୍ଧଭାବେ ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିଛି । ପୂଜା ପାଠ ସହ ମଣ୍ଡି ଖୋଲାଯାଇଥିଲେ ମଧ୍ୟ ଏଯାଏଁ ଚାଷୀଙ୍କ ଠାରୁ ଧାନ କ୍ରୟ ହୋଇପାରି ନାହିଁ । ଧାନ ସଂଗ୍ରହ ପାଇଁ ସରକାରଙ୍କ ନୂଆ ଟୋକେନ ବ୍ୟବସ୍ଥାରେ ପଶ୍ଚିମ ଓଡ଼ିଶାରେ କେତେକ ଚାଷୀ ଟୋକେନ ପାଇ ନଥିବାରୁ ତୀବ୍ର ଅସେନ୍ତାଷ ପ୍ରକାଶ ପାଇଛି । ତେବେ ଘଟଣା ସମ୍ପର୍କରେ ସରକାର ସଜାଗ ଅଛନ୍ତି । ଚାଷୀଙ୍କ ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ ତାହା କରାଯିବ । ଧାନ କିଣାରେ ସ୍ୱଚ୍ଛତା ପାଇଁ ଏହି ଟୋକେନ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ଧାନ କିଣାରେ ସୁବିଧା ସହ ଚାଷୀଙ୍କୁ ଆଗୁଆ ସୂଚନା ଦେଇ ହେଉଛି । ଏକ ସେକେଣ୍ଡରେ ଟେକ୍ନୋଲୋଜି ଦ୍ୱାରା ଚାଷୀଙ୍କ ନିକଟରେ ପହଞ୍ଚି ପାରୁଛୁ । ତେଣୁ ଚାଷୀଙ୍କ ଧାନ ବିକ୍ରି ହେବ । ଚାଷୀ ଧାନ ଦେବେ ଏବଂ ଉଚିତ ମୂଲ୍ୟ ପାଇବେ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । 

ଅନ୍ୟପଟେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଧାନ ବିକ୍ରି ପାଇଁ ଟୋକେନ ବ୍ୟବସ୍ଥାକ ଚାଷୀମାନେ ବିରୋଧ କରିଛନ୍ତି । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏଭଳି ଅବସ୍ଥା ଦେଖାଦେଇଛି । କିଛି ଚାଷୀ ଟୋକେନ ପାଇଥିବା ବେଳେ ମାର୍କେଟ ୟାର୍ଡରେ ସରକାରୀ ବାବୁଙ୍କ ଦେଖା ନାହିଁ । ସମ୍ବଲପୁର, ବରଗଡ଼, ବଲାଙ୍ଗୀର ସୁବର୍ଣ୍ଣପୁର ଆଦି  ଜିଲ୍ଲାର ହଜାର ହଜାର ଚାଷୀ ଟୋକେନ ବ୍ୟବସ୍ଥାକୁ ବିରୋଧ କରି ଗୋଡ଼ଭଙ୍ଗା ଉପର ବଜାର ପ୍ରାଙ୍ଗଣରେ ମେଳି କରି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଆଜି ଦିନ ୧୨ଟା ସୁଦ୍ଧା ଯଦି ଏହି ଟୋକେନ ବ୍ୟବସ୍ଥା ଉଚ୍ଛେଦ ନ ହେବା ତେବେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଅସନ୍ତୁଷ୍ଟ ଚାଷୀ କହିଛନ୍ତି । ପୂର୍ବରୁ ପଞ୍ଜୀକୃତ ଚାଷୀଙ୍କ ପାଇଁ ପି ପାସ ବ୍ୟବସ୍ଥା ଥିଲା । କିନ୍ତୁ ଏବେ ସରକାର ଖରିଫ ଫସଲ ପାଇଁ ଟୋକେନ ବ୍ୟବସ୍ଥା କରିଛନ୍ତି ।

  • Tags: