Home > ରାଜ୍ୟ
ଆଜି ମହାପ୍ରଭୁଙ୍କ ପଇତା ଲାଗି ସେବା, ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
Khabar Odisha:State-Odisha-Rituals-for-Paita-Lagi-niti
ପୁରୀ, ନଭେମ୍ବର ୧୮(ଖବର ଓଡ଼ିଶା):

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତା ଲାଗି ସେବା ଅନୁଷ୍ଠିତ ହେବ । ବିଧି ଅନୁସାରେ ଅତ୍ୟନ୍ତ ଗୁପ୍ତଭାବେ ଏହି ସେବା ହୋଇଥାଏ । ତେଣୁ ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । 

ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ଦଇତାପତିଙ୍କ ଦ୍ୱାରା ଏହି ଗୁପ୍ତସେବା ସମ୍ପାଦନ କରାଯିବ । ଏହା ଏକ ଗୁପ୍ତ ସେବା ପଇତା ଲାଗି ହୋଇଥିବାରୁ ସାଧାରଣ ଦର୍ଶନକୁ ଅପରାହ୍ନ ୪ଟାରୁ ରାତି ୮ଟା ପର‌୍ୟ୍ୟନ୍ତ ବନ୍ଦ ରହିବ । କିନ୍ତୁ ଏହି ସମୟରେ ଶ୍ରଦ୍ଧାଳୁମାନେ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିପାରିବେ ।

  • Tags: