Home > ରାଜ୍ୟ
ତାତିରୁ ମିଳିବନି ନିସ୍ତାର, ଆହରୁ ବଢିବ ତାପମାତ୍ରା ଓ ଗୁଳୁଗୁଳି
Khabar Odisha:State-Odisha-Summer-tempreture-will-increase
ଭୁବନେଶ୍ୱର, ମାର୍ଚ୍ଚ ୩୦ (ଖବର ଓଡ଼ିଶା):

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆଗୁକ ତାପମାତ୍ରା ଆହୁରି ବଢିବ । ଅସହ୍ୟ ଗୁଳୁଗୁଳି ସହ ପ୍ରଚଣ୍ଡ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କଲାଣି। ଆସନ୍ତା ୨,୩ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ବୋଲି ଅନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ।
ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଖରାର ପ୍ରକୋପ ଆହୁରି ବଢ଼ିବ ।  ଖରା ବଢିବା ସହ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଟପିବ । ଆଗାମୀ ଦିନରେ ତାପମାତ୍ରା ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରାଯାଉଛି। ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବା ଆରମ୍ଭ କରିଛି। ବାୟୁର ଆର୍ଦ୍ରତା କମ୍ ରହିବା ସହ ଗତି ମଧ୍ୟ କମ୍ ରହିବ। ଫଳରେ ସାରା ରାଜ୍ୟରେ ଗରମ ଅନୁଭୂତ ହେବ । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଗରମରୁ ନିସ୍ତାର ନାହିଁ ।
ଆସନ୍ତା ୨/୩ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ଲଗାତାର ବଢ଼ି ଚାଲିବ। ଉପକୂଳ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ। କିନ୍ତୁ ଏହି ସମୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।
କିଛି ସ୍ଥାନରେ ଉପରବେଳା ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କିନ୍ତୁ ଏହାଦ୍ବାରା ତାପମାତ୍ରା କମିବାର କୌଣସି ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ କରିଛି। ୩୦ ତାରିଖ ଦିନ ଉପକୂଳ ଓଡ଼ିଶାର ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଢେଙ୍କାନାଳ, ମୟୂରଭଞ୍ଜ ଓ କେଉଁଝରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ।

  • Tags: