Home > ରାଜ୍ୟ
ଆଜି “କୋଷ୍ଟାଲ କ୍ଲିନ ଡେ”: ସାରା ବିଶ୍ୱକୁ ବାର୍ତ୍ତା ଦେଇ “ମୋ ବିଚ୍” କାର୍ଯ୍ୟକ୍ରମରେ ପୁରୀ ବେଳାଭୂମିରେ ସଫେଇ
Khabar Odisha:State-Odisha-worlds-largest-clean-up-drive-mobeach--today-at-puri-sea-beach
ପୁରୀ, ସେପ୍ଟେମ୍ବର ୨୧(ଖବର ଓଡ଼ିଶା):

ଆଜି ଇଣ୍ଟରନ୍ୟାସନାଲ “କୋଷ୍ଟାଲ କ୍ଲିନ ଡେ” । ଏହି ଅବସରରେ ପୁରୀ ବେଳାଭୂମିରେ ଆୟୋଜିତ ହୋଇଛି ବିଶାଳ “ମୋ ବିଚ୍” କାର୍ଯ୍ୟକ୍ରମ । ଯେଉଁଥିରେ ଆଜି ବିଶ୍ୱର ସବୁଠାରୁ ବଡ଼ ସଫେଇ ଅଭିଯାନ ଆରମ୍ଭ କରାଯାଇଛି ।

ଆନ୍ତର୍ଜାତୀୟ ସଫେଇ ଦିବସ ଥିବାରୁ ଆଜି ପୁରୀ ସମୁଦ୍ର ଉପକୂଳରେ ୧୦୦କିମି ପର୍ଯ୍ୟନ୍ତ ବେଳାଭୂମିର ୧୯ଟି ସ୍ଥାନରେ ଏକାଠି ହୋଇଛନ୍ତି ୧୦ହଜାର ସ୍ୱେଚ୍ଛାସେବୀ  । ଆଜି ସକାଳେ ୬ଟାରୁ ୮ଟା ଯାଏଁ  ଦୁଇ ଘଣ୍ଟା ଏହି ଅଭିଯାନରେ ପୁରୀରୁ ଆରମ୍ଭ କରି ଚନ୍ଦ୍ରଭାଗ, ଅସ୍ତରଙ୍ଗ, ବ୍ରହ୍ମଗିରି ଯାଏଁ ସମୁଦ୍ର ଉପକୂଳରେ ସଫେଇ କରାଯାଇଛି । ଏହି ଅଭିଯାନରେ ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ।  

“ମୋ ବିଚ୍” କାର୍ଯ୍ୟକ୍ରମ ସଫେଇ ଜରିଆରେ ପରିବେଶକୁ ପ୍ରଦୂୂଷଣରୁ ରକ୍ଷା କରି ସୁରକ୍ଷା ରଖିବା ସହ ସ୍ୱଚ୍ଛ ରଖିବାକୁ ବାର୍ତ୍ତା ଦିଆଯାଇଛି । ଏହି ଅବସରରେ ବେଳାଭୂମିରେ ମାଗଣା ଯୋଗ ଶିବିର ମଧ୍ୟ ଆୟୋଜନ କରାଯାଇଛି ।

  • Tags: