Home > ରାଜ୍ୟ
ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢ ଲକ୍ଷ ଓଡିଆ, ସମୀକ୍ଷା ବୈଠକ ପରେ ସୂଚନା ଦେଲେ ଗୃହ ସଚିବ
Khabar Odisha:State-home-secretary-Sanjib-Chopra-brief-media-in-corona-issue
ଭୁବନେଶ୍ୱର, ମାର୍ଚ୍ଚ ୩୧ (ଖବର ଓଡ଼ିଶା):

ବାହାରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ଅଜି ବସିଥିଲା ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ। ବୈଠକ ପରେ ଗୃହ ସଚିବ ସଞ୍ଜୀବ ଚୋପ୍ରାଙ୍କ ସୂଚନା ।

ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଣ୍ଟ୍ରେଲ ରୁମକୁ 5,200 ଲୋକ କଲ କରିଛନ୍ତି । ଏହା ସହ ବିପଦରେ ଥିବା କିମ୍ୱା ସମସ୍ୟାରେ ଥିବା ଅଧିକାଂଶ ଲୋକଙ୍କ ପାଖରେ ପହଁଞ୍ଚିଛି ପ୍ରଶାସନ । ଏହା ସହ ବର୍ତ୍ତମାନ 1 ଲକ୍ଷ 50 ହଜାର ଲୋକ ରାଜ୍ୟ ବାହାରେ ଅଛନ୍ତି 

ବିଭିନ୍ନ ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ନୋଡାଲ ଅଫିସର ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଉଛନ୍ତି । ସମସ୍ୟା ସମାଧାନ ନହେଲା ପର୍ଯ୍ୟନ୍ତ  ପ୍ରଶାସନ କାର୍ଯ୍ୟ ଜାରି ରଖିବ । 100ରୁ ଅଧିକ ଲୋକ ଏକତ୍ରିତ ଥିବା 230ଟି ଓଡ଼ିଆ ଗ୍ରୁପକୁ ଚିହ୍ନଟ କରାଯାଇଛି ।ଦିଲ୍ଲୀ, NCR, ଗୁଜରାଟ ଓ ମୁମ୍ବାଇରେ ଅଧିକ ଓଡ଼ିଆ ଲୋକ ରହିଛନ୍ତି।

  • Tags: