Home > ରାଜ୍ୟ
ଘରେ ପଶି ଦାଦାଗିରି, ସୁନ୍ଦରଗଡ଼ ଏସପିଙ୍କ ନାଁରେ ମାମଲା ରୁଜୁ
Khabar Odisha:State-odisha-fir-lodged-against-sundergarh-SP-soumya-Mishra
ସୁନ୍ଦରଗଡ଼,ଅଗଷ୍ଟ୧୭(ଖବର ଓଡ଼ିଶା):

 ପୋଲିସର ଦାୟିତ୍ଵ ଜନତାଙ୍କୁ ସୁରକ୍ଷା ଦେବା ନା କି ସେମାନଙ୍କ ଉପରେ ଦାଉ ସାଧିବା।  ମନମୁଖୀ କାମ ଯୋଗୁଁ  ପୋଲିସ ପ୍ରତି ଲୋକଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି। ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ବେଳେ ବେଳେ ପୋଲିସ ଜନତାଙ୍କ ଉପରେ ନାଲି ଆଖି ଦେଖାଇବାକୁ ପଛାଇନଥାନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ଏକ ଘଟଣାକୁ ନେଇ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏସଡିଜେଏମଙ୍କ ନିର୍ଦ୍ଦେଶ କ୍ରମେ ହେମଗିରି ଥାନାରେ ମହିଳାଙ୍କ ଏତଲା ଆଧାରରେ ଏସପିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଘଟଣା ଏବେ ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।  

ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ,  ଘରେ ପଶି ଏସପି ତାଙ୍କୁ ମାରଧର କରିଥିଲେ। ସ୍ଵାମୀଙ୍କୁ ଖୋଜିବାକୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ମହିଳାଙ୍କ ଗର୍ଭ ନଷ୍ଟ ହୋଇଯାଇଥିବା ଏସପିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି। ପୋଲିସ କହିଛି ଯେ, ମହିଳା ଏତଲା ଆଧାରରେ ଏସପି ସୌମ୍ୟା ମିଶ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି। ଫଳରେ ଏସପିଙ୍କ ବିରୋଧରେ ବିଭିନ୍ନ ଦଫାରେ ପୋଲିସ ମାମଲା ରୁଜୁ କରାଯାଇଛି। ତାଙ୍କ ବିରୋଧରେ ଦଫା ୩୪୭, ୩୪୧, ୫୦୬, ୪୫୭, ୩୨୩, ୨୯୪,  ୩୪୨, ୩୧୩, ୧୬୬, ୫୦୩, ୫୦୪ ମାମଲା ରୁଜୁ ହୋଇଛି।