Home > ରାଜ୍ୟ
ତାତିରେ ସିଝିବ ସାରା ଓଡ଼ିଶା, ଆହୁରି ବଢିବ ତାପମାତ୍ରା ସହ ଗୁଳୁଗୁଳି
Khabar Odisha:Summer-temperature-increases
ଭୁବନେଶ୍ୱର, ମେ ୨୨ ( ଖବର ଓଡ଼ିଶା):

 ସାରା ଓଡ଼ିଶାରେ କିଛି ଦିନର ମେଘୁଆ ପାଗ ପରେ ପୁଣି ଆସିଛି ପରିବର୍ତ୍ତନ । ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ବାତ୍ୟା ଅମ୍ଫାନ୍ ପରେ ଧୀରେ ଧୀରେ ରାଜ୍ୟର ତାପମାତ୍ରା ବଢ଼ିବାରେ ଲାଗିଛି। ଆହୁରି ବଢିବ ତାପମାତ୍ରା। 

ଆଭ୍ୟନ୍ତରୀଣ ଓଡ଼ିଶା ସହ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନ ଏବେ ସିଝୁଛି। ଆଗକୁ ତାପମାତ୍ରା ଆହୁରି ବଢ଼ିବ। ଗତକାଲି ତାଳଚେରରେ ରାଜ୍ୟର ଚଳିତ ବର୍ଷର ସମସ୍ତ ରେକର୍ଡ ଭାଙ୍ଗି ତାପମାତ୍ରା ୪୩.୫ ଡିଗ୍ରିରେ ପହଞ୍ଚିଛି। ଏଥିସହ ରାଜ୍ୟର ୬ଟି ସହର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଆଗକୁ ତାପମାତ୍ରା‌ ଆହୁରି ବଢ଼ି ରାଜ୍ୟର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି ।

ଉପକୂଳ ଅଞ୍ଚଳରେ ବାତ୍ୟା ପ୍ରଭାବରେ କିଛି ଦିନ ହେବ ତାପମାତ୍ରା କମ୍ ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା କମ୍‌ ରହିଲେ ମଧ୍ୟ ବାୟୁର ଆର୍ଦ୍ରତା ଅଧିକ ଯୋଗୁଁ ଗରମ ଓ ଗୁଳୁଗୁଳି ଅଧିକ ଅନୁଭୂତ ହେବ । କେତେକ ସ୍ଥାନରେ ତାପମାତ୍ରା ୪୨ଡିଗ୍ରି ଅତିକ୍ରମ କରିଛି। ଆଜିଠୁ ତାପମାତ୍ରା ବଢ଼ିବ। ଆସନ୍ତା ୭,୮ ଦିନ ରାଜ୍ୟରେ ଗରମ୍ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

  • Tags: