Home > ରାଜ୍ୟ
ତାତିରେ କଲବଲ ହେଉଛି ସାରା ଓଡ଼ିଶା: ୪୦ ଡିଗ୍ରୀ ଉପରେ ୧୪ ସହର, ଅନୁଗୁଳ ସବୁଠୁ ଉତ୍ତପ୍ତ
Khabar Odisha:Summer-temperature-increases
ଭୁବନେଶ୍ୱର, ମେ ୨୭ ( ଖବର ଓଡ଼ିଶା):

 ରାଜ୍ୟର ଜାରି ରହିଛି ଗ୍ରୀଷ୍ମ ପ୍ରବାହ।  ୧୪ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ଟପିଛି। ୪୩.୭ ଡିଗ୍ରୀ ତାପମାତ୍ର ସହିତ ଅନୁଗୁଳ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର।

ଟିଟିଲାଗଡ଼ରେ ୪୩, ବୌଦ୍ଧରେ ୪୨.୮ ଓ ସମ୍ବଲପୁରରେ ୪୨.୬ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ରେକର୍ଡ କରାଯାଇଛି।ହୀରାକୁଦ, ବଲାଙ୍ଗିର ଓ ତାଳଚେରରେ ୪୨.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସୋନପୁରରେ ୪୨.୪, ଝାରସୁଗୁଡ଼ାରେ ୪୨.୨, ଭବାନୀପାଟଣାରେ ୪୨ ଓ ମାଲକାନଗିରିରେ ୪୧ ଡିଗ୍ରୀ ଛୁଇଁଛି ପାରଦ।

ଫୁଲବାଣୀରେ ୪୦.୪, ପାରଳାଖେମୁଣ୍ଡି ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୬.୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।

  • Tags: