Home > ରାଜ୍ୟ
ଆସନ୍ତାକାଲିଠାରୁ ରାଜ୍ୟରେ ଗଡିବ ଘରୋଇ ବସ, ସୂଚନା ଦେଲା ରାଜ୍ୟ ଘରୋଇ ବସ ମାଲିକ ସଂଘ
Khabar Odisha:The-state-owned-private-bus-owners-association-said-in-a-statement-that-the-states-private-buses-would-be-rolling-out-from-tomorrow
ଭୁବନେଶ୍ୱର, ମେ ୨୭ (ଖବର ଓଡ଼ିଶା):

ଆସନ୍ତା କାଲିଠାରୁ ରାଜ୍ୟରେ ଗଡିବ ଘରୋଇ ବସ୍‌ । ଏ ସମ୍ପର୍କରେ ବୁଧବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ତେବେ ଆସନ୍ତାକାଲି ଏନେଇ ଘରୋଇ ମାଲିକ ସଂଘ ସହ ଆଲୋଚନ କରାଯାଇଥିଲା। ବସ୍‌ ମାଲିକଙ୍କ ଦାବି ସମ୍ପର୍କରେ ମୋଟାମୋଟି ଆଲୋଚନା ହୋଇଥିଲା। ଆଜି ଘରୋଇ ବସ୍‌ ମାଲିକ ସଂଘର ବୈଠକ ମଧ୍ୟ ବସିଥିଲା । ଏହି ବୈଠକରେ ଆସନ୍ତା କାଲି (ମଇ 28)ରୁ ବସ୍‌ ଚାଳଚଳ ନେଇ ନିଷ୍ପତ୍ତି ହୋଇଛି ବୋଲି କୁହାଯାଉଛି।

ଆସନ୍ତାକାଲି କିଛି ମାତ୍ରାରେ ବସ ଚଳାଚଳ କରିବ ବୋଲି ବସ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ପ୍ରଥମ ଦଫାରେ ଆସନ୍ତାକାଲିଠାରୁ କିଛି ପରିମାଣରେ ବସ ଚଳାଚଳ କରିବ ଏହା ପରେ ଧିରେ ଧିରେ ଅନ୍ୟ ବସ ଗୁଡିକ ଚଳାଚଳ ଆରମ୍ଭ କରିବ ବୋଲି ସୂଚନା ଦିଆଯାଇଛି ।

  • Tags: