Home > ରାଜ୍ୟ
ଜୁନ ପହିଲାରୁ ଯାତ୍ରୀଙ୍କ ପାଇଁ ଦେଶରେ ଗଡିବ ଟ୍ରେନ: ଷ୍ଟେସନ କାଉଣ୍ଟର ରେ ବିକ୍ରି ହେବ ରିଜର୍ଭେସନ୍‌ ଟିକେଟ,ମିଳିବ କେବଳ ନନ୍ କ୍ୟାସ୍ ଟିକେଟ
Khabar Odisha:Tickets-available-on-station-counter-from-today
ନୂଆଦିଲ୍ଲୀ, ମେ ୨୨ (ଖବର ଓଡ଼ିଶା):

 ଆଜିଠାରୁ ରିଜର୍ଭେସନ୍‌ କାଉଣ୍ଟରରେ ମିଳିବ ଟ୍ରେନ୍‌ ଟିକେଟ୍‌। ତେବେ କେଉଁ କେଉଁ ରେଲ୍‌ୱେ ଷ୍ଟେସନରେ ରିଜର୍ଭେସନ୍‌ ଟିକେଟ କାଉଣ୍ଟର ଖୋଲିବ ସେନେଇ ସଂପୃକ୍ତ ରେଲ୍‌ୱେ ଜୋନ୍ ନିଷ୍ପତ୍ତି ନେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। କେବଳ ରିଜର୍ଭ ଟିକେଟ୍‌ ବୁକିଂ ପାଇଁ ଏହି କାଉଣ୍ଟର ଖୋଲା ରହିବ।

ଜୁନ ୧ରୁ ଚାଲିବାକୁ ଥିବା ଟ୍ରେନ ଯାତ୍ରା ପାଇଁ ଆରମ୍ଭ ହୋଇଛି ଅନଲାଇନ ଟିକେଟ ବୁକିଂ । ଆଜିିଠାରୁ ଷ୍ଟେସନର କାଉଁଟରରେ ରିଜର୍ଭ ଟିକେଟ ବିକ୍ରି ହେବ ।ପୂର୍ବତଟ ରେଲ୍‌ୱେର ୧୨ଟି ଷ୍ଟେସନରେ ଟିକେଟ୍ ଉପଲବ୍ଧ ହେବାକୁ ଥିବାବେଳେ ଆଜିଠାରୁ କମନ୍ ସର୍ଭିସ ସେଣ୍ଟରରେ ମଧ୍ୟ ରିଜର୍ଭ ଟିକେଟ୍ ମିଳିବ।ଖୋର୍ଦ୍ଧା ରୋଡ୍ ଡିଭିଜନର ୧୨ଟି ଷ୍ଟେସନର କାଉଁଟରରେ ଟିକେଟ ମିଳିବ ।  କଟକ, ଭୁବନେଶ୍ୱର, ପୁରୀ, ବାଲୁଗାଁ, ବ୍ରହ୍ମପୁର, ଛତ୍ରପୁର, ପଲାସା, ସୋମପେଟା, ଇଛାପୁରମ, ଭଦ୍ରକ, ଯାଜପୁର, କେନ୍ଦୁଝର ଷ୍ଟେସନରେ ରିଜର୍ଭ ଟିକେଟ ମିଳିବ ।

୧ ଲକ୍ଷ ୭୦ ହଜାର କମନ୍‌ ସର୍ଭିସ ସେଣ୍ଟରକୁ କାର୍ଯ୍ୟକ୍ଷମ କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। କାଉଣ୍ଟରରେ କେବଳ ନନ୍ କ୍ୟାସ୍ ପିଆରଏସ ଟିକେଟ ମିଳିବ । ଟିକେଟ କାଟିବା ବେଳେ ସାମାଜିକ ଦୂରତା ବଜାୟ ରଖିବା ଲାଗି ରେଲ୍‌ୱେ ଜୋନ୍‌କୁ କୁହାଯାଇଛି।

ଆସନ୍ତା ଜୁନ୍ ପହିଲାରୁ ଅତିରିକ୍ତ ୨ଶହ ଯାତ୍ରୀବାହୀ ଟ୍ରେନ୍ ଚାଲିବାକୁ ଥିବାବେଳେ ଗତକାଲିଠୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ ଆରମ୍ଭ ହୋଇଥିଲା।

  • Tags: