Home > ରାଜ୍ୟ
ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷିବ
Khabar Odisha:Weather-Odisha-48-hours-more-Heavy-rain-alert-in-Odisha-due-to-low-pressure-in-bay-of-bengal
ଭୁବନେଶ୍ୱର, ଅଗଷ୍ଟ ୧୩(ଖବର ଓଡ଼ିଶା):

ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା ୪୮ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛିି ।

ଗତକାଲି ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ବହୁ ଜିଲ୍ଲାରେ ବର୍ଷା ଲାଗି ରହିଛି । ଏହା ପ୍ରଭାବରେ ଆସନ୍ତା ୪୮ଘଣ୍ଟ ରାଜ୍ୟର ୧୨ଟି  ଜିଲ୍ଲା ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜି ନବରଙ୍ଗପୁର, କୋରାପୁଟ, କନ୍ଧମାଳ , ଅନୁଗୁଳ, ସୋନପୁର, ଦେବଗଡ଼ ,ସମ୍ବଲପୁର , ଝାରସୁଗୁଡ଼ା ,ମୟୂରଭଞ୍ଜ, ବରଗଡ଼, କେନ୍ଦୁଝରରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛିି । ଆଠ ଟି ଜିଲ୍ଲା ତଥା ମାଲକାନଗିରି, ଢେଙ୍କାନା, କଟକ ,ନୟାଗଡ଼, ଖୋର୍ଦ୍ଧା ,ପୁରୀ ,ଗଜପତି ,ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତେଣୁ ଏହି ୨ଦିନ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । 

  • Tags: