ଗଞ୍ଜାମ, ଅଗଷ୍ଟ ୧୩ (ଖବର ଓଡ଼ିଶା):
ଗଞ୍ଜାମ ଜିଲ୍ଲା ପାଟପୁର ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି । ତାଙ୍କ ନାଁ ଶିବ ପାତ୍ର । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଶିବ ପାତ୍ର କୌଣସି ଏକ ମାମଲାରେ ପାଟପୁର ଥାନା ପୋଲିସ ଗିରଫ କରିଥିଲା । ଆଜି ଶିବ ଶୌଚ ହେବାକୁ କହି ଥାନା ପାଇଖାନାକୁ ଯାଇଥିଲା । ଏହା ପରେ ସେ ଆଉ ଫେରି ନ ଥିଲା । ବିଳମ୍ବ ହେବାରୁ ପୋଲିସ କର୍ମଚାରୀ କବାଟ ଭାଙ୍ଗି ଦେଖିବା ବେଳକୁ ଶିବ ଆତ୍ମହତ୍ୟା ଉଦ୍ୟମ କରିଛି । ବେକରେ କପଡ଼ା ଗୁଡ଼ାଇ ଏକ କାଠରେ ଝୁଲି ପଡ଼ିଥିଲା । ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।