Home > ରାଜ୍ୟ
ପାର୍ବଣ ପୂର୍ବରୁ କଟକରେ ଏନ୍‌କାଉଣ୍ଟର: ଟିଟୋର ସହଯୋଗୀ ବୁଦ୍ଧିଆ ଗୁରୁତର
Khabar Odisha:cuttack-police-encounters-dreaded-criminal-budhia-das
କଟକ, ସେପ୍ଟେମ୍ବର ୧୧ (ଖବର ଓଡ଼ିଶା):

ପାର୍ବଣ ପୂର୍ବରୁ ଅପରାଧିଙ୍କୁ କାବୁ କରିବାକୁ କଟକ କମିଶନରେଟ୍‌ ପୋଲିସ ଆରମ୍ଭ କରିଛି ଅପରେସନ୍‌ । ସିଡିଏ ସେକ୍ଟର-୧୩ରେ ପୋଲିସ ଜଣଙ୍କୁ ଏନ୍‌କାଉଣ୍ଟର କରିଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧି ବୁଦ୍ଧିଆ ଦାସ ଆହତ ହୋଇଛି । ତାକୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏଥିପରେ ଜଣେ ପୋଲିସ କର୍ମଚାରୀ ବିଶ୍ୱଜିତ ମହାନ୍ତି ଆହତ ହୋଇଛନ୍ତି ।

ସିଡିଏ ସେକ୍ଟର-୧୩ରେ ବୁଦ୍ଧିଆ ଅପରାଧ ରଚିବା ପାଇଁ ଷଡ଼ଯନ୍ତ୍ର କରୁଥିବାବେଳେ କମିଶନରେଟ୍‌ ପୋଲିସର ସ୍ୱତନ୍ତ୍ର ଟିମ୍‌ ଚଢ଼ାଉ କରିଥିଲା । ବୁଦ୍ଧିଆ ପୋଲିସ ଉପରକୁ ଗୁଳି କରି ଖସି ପଳାଇବାକୁ ଉଦ୍ୟମ କରିଥିଲା । ମାତ୍ର ପୋଲିସର ପାଲଟା ଗୁଳିରେ ସେ ଗୁରୁତର ହୋଇପଡ଼ିଥିଲା । ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଏନ୍‌କାଉଣ୍ଟର୍‌ ସମୟରେ ପୋଲିସ କର୍ମଚାରୀ ବିଶ୍ୱଜିତ ମହାନ୍ତି ଆହତ ହୋଇଛନ୍ତି ।

ଏନ୍‌କାଉଣ୍ଟର ସମୟରେ ତା ନିକଟରୁ ଗୋଟିଏ ପିସ୍ତଲ ଓ ୨ ରାଉଣ୍ଡ ଗୁଳି ଜବତ କରାଯାଇଛି । ବୁଦ୍ଧିଆ ନାଁରେ ବିଭିନ୍ନ ଥାନାରେ ୧୬ଟିରୁ ଅଧିକ ଅପରାଧିକ ମାମଲା ରହିଛି । ସେ ଗ୍ୟାଙ୍ଗ ଷ୍ଟାର୍‌ ଟିଟୋର ସହଯୋଗୀ ବୋଲି ଜଣାପଡ଼ିଛି । ଦୀର୍ଘ ଦିନ ହେବ ସେ ପୋଲିସର ଟାର୍ଗେଟ୍‌ରେ ରହିଥିଲା । 

  • Tags: