Home > ରାଜ୍ୟ
ଶାଳୀନତା ଏବଂ ସଂଯମତାରୁ ବିପଥଗାମୀ ହେଉଛି ସିନେ ଜଗତ, କହ୍ନେୟା ପୋଷ୍ଟରକୁ ନେଇ ବିବାଦରେ ପପୁ ପମପମ୍
Khabar Odisha:entertainment-odisha-papu-pompom-in-controvercy
ଭୁବନେଶ୍ୱର, ଅଗଷ୍ଟ ୧୭ (ଖବର ଓଡିଶା) :

ଅଭିନେତା ପପୁ ପମପମଙ୍କ ଆଗାମୀ ଓଡିଆ ଫିଲ୍ମ କହ୍ନେୟା ପୋଷ୍ଟରକୁ ନେଇ ଏବେ ସୃଷ୍ଟି ହୋଇଛି ବିବାଦ । ସୋସିଆଲ ମିଡିଆରେ ଏହି ପୋଷ୍ଟର ଭାଇରାଲ ହେବାପରେ ଲୋକମାନେ ପ୍ରଡକ୍ସନ ହାଉସ ସହ ପପୁଙ୍କୁ କଡା ସମାଲୋଚନା କରିଛନ୍ତି । 

ଶାଳୀନତା ଏବଂ ସଂଯମତାରୁ ବିପଥଗାମୀ ହେଉଛି ଚଳଚିତ୍ର ଦୁନିଆ । ନିକଟରେ ଓଡିଆ ହାସ୍ୟ କଳାକାର ପପୁ ପମପମଙ୍କ ଆଗାମୀ ଫିଲ୍ମ କହ୍ନେୟାର ଏକ ପୋଷ୍ଟରକୁ ନେଇ ଦର୍ଶକମାନେ କଡା ସମାଲୋଚନା କରିଛନ୍ତି । ଏହି ପୋଷ୍ଟରରେ ପପୁ ୭ଜଣ ଯୁବତୀଙ୍କ ସହ ନଜର ଆସୁଛନ୍ତି । ଏହି ଯୁବତୀମାନଙ୍କୁ ୭ଟି ଦଉଡିରେ ବନ୍ଧା ଯାଇଛି ଓ ସମସ୍ତ ଦଉଡି ପପୁଙ୍କ ହାତରେ ରହିଛି । ତେବେ ଏଭଳି ପୋଷ୍ଟର ମହିଳାଙ୍କ ପ୍ରତି ଅପମାନ ବୋଲି ଲୋକମାନେ ତୀବ୍ର ସମାଲୋଚନା କରିଛନ୍ତି । ଏପର୍ଯ୍ୟନ୍ତ ପପୁଙ୍କର କୋଣସୀ ପ୍ରତିକ୍ରିୟା ମିଳିପାରି ନାହିଁ ।